ବାରିପଦା : ବାଙ୍ଗିରିପୋଷି ଘାଟିରେ ଓଲଟିଲା ୨ଟି ଟ୍ରକ । ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ଗୋଟିଏ ଟ୍ରକ ଡ୍ରାଇଭର । ଏବେ ଯାଏଁ ଅନ୍ୟ ଟ୍ରକ ଡ୍ରାଇଭର ନିଖୋଜ ଥିବା ସୂଚନା । ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି ଅଗ୍ନିଶମ ବାହିନୀ । ତେଲ ବୋଝେଇ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜିଅନ୍ତା ଜଳିଯାଇଛନ୍ତି ଟ୍ୟାଙ୍କର ଡ୍ରାଇଭର । ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି । ତେଲ ବୋଝେଇ ଟ୍ୟାଙ୍କର ଘାଟିରୁ ତଳକୁ ଓହ୍ଳାଉଥିବା ବେଳେ ଘାଟି ଉପରକୁ ଉଠୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି ।
Views: 100











