କୋରାପୁଟ : ଟ୍ରକ ଧକ୍କାରେ ଗୁଣ୍ଡ ହେଲା ୨ଟି ଭ୍ୟାନ ସହ ୭ରୁ ଉଦ୍ଧ୍ୱର୍ ବାଇକ । ଏନଏଚ ୨୬ରେ ସିରିଜ ଦୁର୍ଘଟଣା ପରେ ବିଦ୍ୟୁତ ଖୁଣ୍ଟକୁ ପିଟିଲା ଟ୍ରକ । ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଟ୍ରାଫିକ ଜାମ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିଦ୍ୟୁତ୍ ପୋଲ ବି ଛିଣ୍ଡିପଡ଼ିଲା। ଏଟିଏମ ଭ୍ୟାନ ଓଲଟିପଡ଼ିଲା। ଚାରି ଚକିଆ ଗାଡ଼ିର ଡ୍ରାଇଭର ଗୁରୁତର ହୋଇଥିବାରୁ ତାଙ୍କୁ କୋରାପୁଟ ବଡ଼ ମେଡ଼ିକାଲ୍ ରେ ଭର୍ତି କରାଯାଇଛି। ଆଠଟି ଯାକ ବାଇକ୍ ଭାଙ୍ଗି ଚୁରମାର୍ ହୋଇଯାଇଛି। ଘଟଣା ସ୍ଥଳରେ କୋରାପୁଟ ସଦର ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଜାତୀୟ ରାଜପଥକୁ ସ୍ଵାଭାବିକ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।
Views: 75











