ଭୁବନେଶ୍ୱର : ଟ୍ରକକୁ ପଛରୁ ପିଟିଲା କାର । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ । ବିଳମ୍ବିତ ରାତିରେ ପାହାଳ ଛକ ନିକଟରେ ମର୍ମନ୍ତୁତ ଦୁର୍ଘଟଣା । କଟକରୁ କାର ଯୋଗେ ଭୁବନେଶ୍ୱର ଆସୁଥିଲେ କିଛି ଯୁବକ ।ରାଜ୍ୟରେ ଆରମ୍ଭ ହୋଇଛି ଶୂନ୍ୟ ମୃତାହତ ସପ୍ତାହ। ଦୁର୍ଘଟଣାରେ ଯେପରି କେହି ମୃତାହତ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏହାରି ଭିତରେ ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏହି ଦୁର୍ଘଟଣା ହୋଇଛି । କଟକ ପଟୁ ଆସୁଥିବା ମାରୁତି ଡିଜାର କାର୍ ଟ୍ରକ୍ ସହ ଜୋରଦାର ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ କାର୍ ଡ୍ରାଇଭର ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଘଟଣା ସ୍ଥଳରେ ପାହାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Views: 72