The Ultimate Managed Hosting Platform
ADVERTISEMENT

ଟିମ ଇଣ୍ଡିଆକୁ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା

Facebook
Twitter
LinkedIn

ଭୁବନେଶ୍ୱର : ଆଜି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ କଡା ଟକ୍କର । ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଅବସରରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା । ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ୧୫ ଫୁଟ ଦୀର୍ଘ ଏକ ବ୍ୟାଟ ସହ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମକୁ ନେଇ ବାଲୁକାକଳା ପ୍ରସ୍ତୁତ କରିଛନ୍ତି ସୁଦର୍ଶନ । ସେଥିରେ ସେ ରୋହିତ ବାହିନୀଙ୍କୁ ଗୁଡଲକ୍ ଟିମ୍ ଭାରତ ଫର୍ ସେମିଫାଇନାଲ ବୋଲି ଲେଖିଛନ୍ତି । ସେମିଫାଇନାଲ ମ୍ୟାଚରେ ଭାରତର ବିଜୟ ନେଇ ଶୁଭେଛ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଅନ୍ୟପଟେ ବିଶ୍ବକପର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ପାଇଁ ଚାଲିଛି ପୂଜାର୍ଚ୍ଚନା । ମ୍ୟାଚ ଦିନ ୨ଟାରେ ଆରମ୍ଭ ହେବାକୁ ଥିବାବେଳେ ସକାଳୁ ବିଭିନ୍ନ ସ୍ଥାନରେ ପୂଜାପାଠ ଚାଲିଛି । ସେମିଫାଇନାଲରେ ଭାରତର ବାଜିମାତ ପାଇଁ ଗଙ୍ଗା ଆଳତୀ କରୁଛନ୍ତି ପ୍ରଶଂସକ ଓ ଶ୍ରଦ୍ଧାଳୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login