ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ନେଇ ମନମୋହନ ସାମଲଙ୍କ ସୂଚନା । ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଓଡିଶାକୁ ଅଧିକ ଫୋକସ । ଡେରି ରାତି ଯାଏ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ବୈଠକ ନେଇଥିଲେ । ନିର୍ବାଚନ ଦୃଷ୍ଟି କୋଣରୁ ସାଙ୍ଗଠନିକ ସ୍ଥିତିର ଆଲୋଚନା ହେଲା । ୧୯ ଅପେକ୍ଷା ୨୪ରେ ରେକର୍ଡ ବିଜୟ ପାଇଁ ରଣନୀତି ହୋଇଛି । ବିଳମ୍ବିତ ରାତି ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହା ବୈଠକ କରିଥିଲେ । ବୈଠକରେ ହୋଇଥିବା ନିଷ୍ପତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ୨୦୧୯ ଅପେକ୍ଷା ୨୦୨୪ରେ ରେକର୍ଡ ବିଜୟ ପାଇଁ ରଣନୀତି ହୋଇଛି । ଲୋକସଭା ଓ ବିଧାନସଭା ପାଇଁ ଭିନ୍ନ ଭିନ୍ନ ରଣନୀତି ହେବ ସେ ନେଇ ଆଲୋଚନା ହୋଇଛି । ୫୧ପ୍ରତିଶତ ଭୋଟ୍ ପାଇବା ଲକ୍ଷ୍ୟ ରଖାଯାଇଛି । ଏହାସହ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦିଆଯିବ ।
Views: 111











