ନୂଆଦିଲ୍ଲୀ : ବିଲେଇ ପାଇଁ ଚାଲିଗଲା ୫ ଜୀବନ । ଏକ ବିରାଡି ଗୋବର ଗ୍ୟାସ ଚାମ୍ବରରେ ପଡ଼ିଯିବା ପରେ ଏହାକୁ ଉଦ୍ଧାର କରିବା ପାଇଁ ୬ ଜଣ ବ୍ୟକ୍ତି ଟାଙ୍କି ମଧ୍ୟକୁ ଯାଇଥିଲେ । ମହାରାଷ୍ଟ୍ର ଅହମ୍ମଦ ନଗରରେ ଘଟିଛି ଏଭଳି ଦୁଃଖଦ ଘଟଣା । ତେବେ ଟାଙ୍କିରେ ଶ୍ୱାସରୁଦ୍ଧ ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ପୋଲିସ ସହାୟତାରେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେତେବେଳକୁ ୫ଜଣଙ୍କ ମୃତ୍ୟୁ ହୋଇସାରିଥିଲା । କେବଳ ଜଣେ ବ୍ୟକ୍ତି ଅଣ୍ଟାରେ ଦଉଡ଼ି ବାନ୍ଧି ଟାଙ୍କିକୁ ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତରକାନାରେ ଚିକିତ୍ସା ଚାଲିଛି ।
Views: 83











