କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ । ଟପ ମାଓନେତା ଗଣେଶ ସମେତ ୪ ଜଣ ନିହତ ହୋଇଛନ୍ତି । ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ଓଡ଼ିଶାରେ ମାଓ ସଂଗଠନ ମୁଖ୍ୟ ଗଣେଶ । ୬୯ ବର୍ଷୀୟ ଗଣେଶଙ୍କ ଘର ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ । ଗଣେଶ ନାଁରେ ଥିଲା ୧.୧ କୋଟି ଟଙ୍କାର ପୁରସ୍କାର । ମୃତ ମାଓବାଦୀଙ୍କ ମଧ୍ୟରେ ୨ ପୁରୁଷ ଓ ୨ ମହିଳା ସୂଚନା । ସମସ୍ତେ ମାଓ ପୋଷାକରେ ଥିଲେ । ୩ ମାଓବାଦୀଙ୍କ ପରିଚୟ ଏଯାଏ ମିଳିନାହିଁ । ସେମାନଙ୍କ ପାଖରୁ ୨ଟି ଇନସାସ୍ ରାଇଫଲ୍ ଏବଂ ଗୋଟିଏ ୩୦୩ ରାଇଫଲ୍ ଜବତ ହୋଇଛି। ଆଜି ସକାଳୁ ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା ।
Views: 62











