The Ultimate Managed Hosting Platform
ADVERTISEMENT

ଟନେଲ ଟ୍ରାଜେଡି : ଉଦ୍ଧାର କାର୍ଯ୍ୟ ଜୋରଦାର,ପାଇପ ଯୋଗେ ଦିଆାଯାଉଛି ଖାଦ୍ୟ

Facebook
Twitter
LinkedIn

ଉତ୍ତରକାଶୀ ଟନେଲ ଟ୍ରାଜେଡି :ଜୀବନ ସହ ଚାଲିଛି ସଂଗ୍ରାମ । ଉଦ୍ଧାର କାର୍ଯ ଜୋରଦାର । ୪୦ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ ଜାରି । ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି ଯବାନଙ୍କ ଦ୍ୱାରା ଅପରେସନ ଜାରି । ଶ୍ରମିକଙ୍କ ନିକଟରେ ପହଁଚିବାକୁ ଆଉ ଗୋଟିଏ ଦିନ ଲାଗିପାରେ । ଆଜି ସନ୍ଧ୍ୟା ନଚେତ କାଲି ସକାଳ ସୁଦ୍ଧା ରେସକ୍ୟୁ କରାଯାଇପାରେ । ଏ ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବଙ୍କ ସୂଚନା । ସମସ୍ତେ ସୁରକ୍ଷିତ ଅଛନ୍ତି , ପାଇପ ଯୋଗେ ଖାଦ୍ୟ ଦିଆଯାଉଛି । ଟନେଲରେ ଫସିଥିବା ୪୦ ଜଣଙ୍କ ମଧ୍ୟରୁ ଓଡିଶାରୁ ୫ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାରୀ ଟିମ୍ ୨୫ ମିଟର ଯାଏ ଭଗ୍ନାଂବଶେଷ ହଟାଇବାରେ ସମର୍ଥ ହୋଇଛନ୍ତି । ଆଉ ୧୦ ମିଟର ପରେ ଶ୍ରମିକଙ୍କ ପାଖରେ ପହଞ୍ଚିବ ରେସକ୍ୟୁ ଟିମ୍ ।
ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି । ଉଦ୍ଧାରକାର୍ୟ୍ୟରେ ଜେସିବି, ହେଭି ଏକ୍ସକାଭେଟର ସମେତ ଅନ୍ୟାନ୍ୟ ମେସିନ୍ ଓ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଲାଗିଛନ୍ତି ଏନଡିଆରଏଫ୍, ଏସଡିଆରଏଫ୍,ଆଇଟିବିପି, ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍ । ଶ୍ରମିକଙ୍କୁ ବାହାର କରିବା ପାଇଁ ଅଢ଼େଇ ଫୁଟ ବ୍ୟାସ ବିଶିଷ୍ଟ ଷ୍ଟିଲ ପାଇପ୍ ପଠାଯିବ । ଏହି ପାଇପ ଯୋଗେ ସେମାନେ ବାହାରକୁ ବାହାରିବେ । ଟନେଲ୍ ଧ୍ବଂସାବଶେଷ ତଳେ ଫସିଥିବା ଶ୍ରମିକଙ୍କ ଭିତରେ ଅଛନ୍ତି ଓଡ଼ିଶାର ୫ଜଣ। ସେମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ୩ଜଣ, ନବରଙ୍ଗପୁର ଜଣେ ନବରଙ୍ଗପୁର ଓ ଅନ୍ୟ ଜଣେ ଶଙ୍କର୍ଷଣପୁରର। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଓ ରାଜ୍ୟ ଶ୍ରମ ବିଭାଗ ଉତ୍ତରାଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି। ୧୨ ତାରିଖରେ ରାତିରେ ଭୁଶୁଡ଼ି ପଡ଼ିଥିଲା ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login