
ଆଠଗଡ : ପଞ୍ଚାୟତରାଜ ଭୋଟ ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏପରି ଘଟଣା ଦେଖିବାକୁ ମିଳିଛି ଏହା ଆଠଗଡ ବ୍ଲକ କଣ୍ଡରେଇ ପଞ୍ଚାୟତ ମାଣିତ୍ରୀ ଗ୍ରାମରେ । ଭୋଟ୍ ପାଇଁ ଟଙ୍କା ବାଣ୍ଟୁଥିବା ସମୟରେ ଉତ୍ତେଜନା ଦେଖାଦେଇଛି । ପଞ୍ଚାୟତର ଦୁଇ ସରପଞ୍ଚଙ୍କ ମଧ୍ୟରେ ଚାଲିଥିବା ଘମାଘୋଟ୍ ଲଢେଇ ସହ ଦୁଇ ଗୋଷ୍ଠି ମଧ୍ୟରେ ଛକାପର୍ଞ୍ଚା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ , ରବିବାର ବିଳମ୍ବିତ ରାତିରେ ଗୋଷ୍ଠିର କିଛି ସହାୟକ କର୍ମୀ ଅର୍ଥାତ ସମର୍ଥକ ମାଣିତ୍ରୀ ଗ୍ରାମକୁ ଏକ କାର୍ ଓ ବୋଲେରୋ ମାଧ୍ୟମରେ ଆସିଥିଲେ । ଗ୍ରାମକୁ ଆସି ଟଙ୍କା ବାଣ୍ଟୁଥିବା ସମୟରେ ଗ୍ରାମବାସୀ ମାନେ ସେହି ଦୁଇ ଯୁବକ ଙ୍କୁ ଧରି ଧୁମ୍ ମାଡ ମାରିଥିଲେ । ମାଡ ମାରିବା ସହ ତାଙ୍କ କାର୍ ଏବଂ ବୋଲେରୋକୁ ଭାଙ୍ଗି ଦେଇଥିଲେ । ଏନେଇ ଘଟଣା ସ୍ଥଳରେ ଖୁଣ୍ଟୁଣୀ ଥାନା ପୋଲିସ୍ ପହଞ୍ଚି ଦୁଇ ଯୁବକଙ୍କୁ ଗ୍ରାମବାସୀଙ୍କ ନିକଟରୁ ଉଦ୍ଧାର କରି ଥାନାକୁ ନେଇ ,ବିୟେରେ ପଚରାଉଚରା କରୁଛନ୍ତି ।
Views: 252