ଭୁବନେଶ୍ୱର : ଝାରସୁଗୁଡା ରେଜଲ୍ଟକୁ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା । ୩ ଜଣିଆ କମିଟି ଝାରସୁଗୁଡା ଯିବ କହିଲେ ଶରତ ପଟ୍ଟନାୟକ । କାହିଁକି ଭୋଟ କମିଲା ସେ ନେଇ ରିପୋର୍ଟ ଦେବ କମିଟି । ହାଇକମାଣ୍ଡ ଅବଗତ ଅଛନ୍ତି । ରିପୋର୍ଟ ଆସିବା ପରେ ଯାହା କହିବି ବୋଲି କହିଛନ୍ତି ଶରତ ପଟ୍ଟନାୟକ ।
ସୂଚନା ଅନୁଯାୟୀ , ଝାରସୁଗୁଡା ଉପନିର୍ବାଚନରେ କଂଗ୍ରେସ କୁ ସବୁଠୁ ପଛରେ ପଡିଥିଲା । କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ତରୁଣ ପାଣ୍ଡେଙ୍କୁ ମିଳିଥିଲା ୪,୪୭୩ ଭୋଟ । ତେଣୁ ବର୍ତ୍ତମାନ ସ୍ଥିତିରେ ଦେଖିବାକୁ ଗଲେ କଂଗ୍ରେସ ରାଜ୍ୟରେ ପଛୁଆ ହୋଇଯାଉଛି । ଏବେ କେବଳ ତ୍ରିମୁଖୀ ବଦଳରେ ଦ୍ୱିମୁଖି ଲଢେଇ ହେବ ବୋଲି କୁହାଯାଉଛି ।
Views: 89