The Ultimate Managed Hosting Platform
ADVERTISEMENT

ଝାରସୁଗୁଡାରେ ହାଡ ଭାଙ୍ଗୁଛି ଶୀତ

Facebook
Twitter
LinkedIn

ଝାରସୁଗୁଡା : ଝାରସୁଗୁଡାରେ ହାଡ ଭାଙ୍ଗୁଛି ଶୀତ । ଜନଜୀବନ ଅସ୍ତବ୍ୟସ୍ତ । ସକାଳ ସାଢେ ୫ଟା ସୁଦ୍ଧା ୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ । ଗତକାଲି ଝାରସୁଗୁଡାରେ ତାପମାତ୍ରା ଥିଲା ୮.୬ ଡିଗ୍ରୀ । ୧୦ ଡିଗ୍ରୀ ତଳେ ରାଜ୍ୟର ୧୬ ସହରର ତାପମାତ୍ରା । ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ତୁଳନାରେ ୫ରୁ ୭ ଡିଗ୍ରୀ ପର୍ୟ୍ୟନ୍ତ କମ ରହୁଛି । ଫଳରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ତାପମାତ୍ରା ୩ ଡିଗ୍ରୀକୁ ଖସିଥିବାବେଳେ ଆସନ୍ତା ୨ ସପ୍ତାହ ପର୍ୟ୍ୟନ୍ତ ପ୍ରବଳ ଶୀତ ଜାରି ରହିବା ସମ୍ଭାବନା ରହିଛି । ଆସନ୍ତା ୧୮ ତାରିଖ ଯାଏ ରାଜ୍ୟରେ ଶୀତ ଲହରିର ସମ୍ଭାବନା ଅଧିକ ରହିଛି । ସେହିପରି ୧୯ରୁ ୨୫ ତାରିଖ ଯାଏ ରାତି ତାପମାତ୍ରା ସ୍ବାଭାବିକଠାରୁ କମ୍ ରହିପାରେ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ୩ ଡିଗ୍ରୀ ଛୁଇଁଛି ପାରଦ । ସେମିଳଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି । ଜି. ଉଦୟଗିରିରେ ସର୍ବନିମ୍ନ ରାତି ତାପମାତ୍ରା ୪ ଡିଗ୍ରୀ ସେଲସିଅସକୁ ଖସିଛି । ଟୁଇନସିଟିରେ ୧୪ ଡିଗ୍ରୀ ସେଲସିୟସ ତଳେ ରହିଛି ତାପମାତ୍ରା । ରାଜ୍ୟରେ ଆଉ ଦୁଇ ଦିନ ପ୍ରଚଣ୍ଡ ଶୀତ ଲହରୀ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login