ରାଉରକେଲା: ୫ ମାସ ନ ପୁରୁଣୁ ଭାଙ୍ଗିଗଲା ହକି ଖେଳାଳିଙ୍କ ଷ୍ଟାଚ୍ୟୁ । ଝଡ଼ ପବନରେ ଧଳିପଡ଼ିଲା ହକି ଖେଳାଳିଙ୍କ ପାଇଁ ସମର୍ପିତ ଷ୍ଟାଚ୍ୟୁ। ପ୍ରାୟ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଷ୍ଟାଚ୍ୟୁ ବିଶ୍ୱର ସର୍ବବୃହତ ଆସନ ବିଶିଷ୍ଟ ବିଜୁ ହକି ଷ୍ଟାଡିୟମ୍ ନିକଟରେ ନିର୍ମାଣ କରାଯାଇଥିଲା। ଏହି ହକିର ପ୍ରତୀକ ‘ଷ୍ଟାଚ୍ୟୁ’ଟି ଷ୍ଟାଡିୟମ ଯିବା ରାସ୍ତାରେ ତଥା ରାଉରକେଲା ବିମାନବନ୍ଦର ମୁଖ୍ୟ ଦ୍ବାର ନିକଟରେ ଅବସ୍ଥିତ। ଏହାର ଉଚ୍ଚତା ପାଖାପାଖି ୪୦ ଫୁଟ ହେବ। ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ପ୍ରାୟ ଅଧା ଏକର ଜମିରେ ଷ୍ଟାଚ୍ୟୁ ସହ ପାର୍କ ନିର୍ମାଣ କରାଯାଇଛି। ଏହା ପ୍ରାୟ ୮୧ ଲକ୍ଷ ବିନିଯୋଗରେ ନିର୍ମିତ। ଏଥିମଧ୍ୟରୁ ଷ୍ଟାଚ୍ୟୁ ନିର୍ମାଣ ପାଇଁ ୩୦ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟ କରାଯାଇଥିବାବେଳେ ଆଲୋକସଜ୍ଜା, ରେଲିଂ ବ୍ୟବସ୍ଥା, ପାର୍କ ତିଆରି ଆଦି ପାଇଁ ପ୍ରାୟ ୫୦ ଲକ୍ଷ ବ୍ୟୟ ହୋଇଛି। ଭୁବନେଶ୍ବରର ପ୍ରତିଷ୍ଠିତ ମୂର୍ତ୍ତି ନିର୍ମାଣକାରୀ ସଂସ୍ଥା ‘ଇମାଜେରୀ’ ଏହି ମୂର୍ତ୍ତି ନିର୍ମାଣ କରିଛି। ଗତ ବର୍ଷ ସେପ୍ଟେମ୍ବର ୯ ତାରିଖରୁ ଏହି ସଂସ୍ଥାକୁ କାର୍ୟ୍ୟାଦେଶ ଦିଆଯାଇଥିଲା।
ଝଡ଼ରେ ଭାଙ୍ଗିଗଲା ହକି ଖେଳାଳିଙ୍କ ଷ୍ଟାଚ୍ୟୁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











