ନୂଆଦିଲ୍ଲୀ : ଜୈସଲମେର ସମ୍ପୁର୍ଣ୍ଣ ବ୍ଲାକଆଉଟ । ଜୈସେଲମେର ଜିଲ୍ଲା ପ୍ରଶାସନ ବର୍ତ୍ତମାନ ସ୍ଥିତିକୁ ଦେଖି ଗାଇଡଲାଇନ ଜାରି କରିଛି । ଜିଲ୍ଲାପାଳଙ୍କ ଆଦେଶନୁସାରେ ଆଜି ଜିଲ୍ଲାର ସମସ୍ତ ବଜାର ୫ଟାରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଆଦେଶ ପର୍ୟ୍ୟନ୍ତ ଜିଲ୍ଲାର କୋଚିଂ ସେଣ୍ଟର, ଲାଇବ୍ରେରୀ ଏବଂ ହଷ୍ଟେଲକୁ ମଧ୍ୟ ବନ୍ଦ କରିବାକୁ ଘୋଷଣା କରାଯାଇଛି । ଏହାସହିତ ସରକାରୀ ଏବଂ ପ୍ରାଇଭେଟ ସ୍କୁଲର ଛୁଟି ଘୋଷଣା କରାଯାଇଛି । ବ୍ଲାକ୍ ଆଉଟ୍ ସମୟରେ ଯାନବାହାନ ଚଳାଚଳ ଓ ଆତିଶବାଜୀ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ରହିବ । ଜିଲ୍ଲା ପ୍ରଶାସନ କଠୋର ନିର୍ଦ୍ଦେଶନାମା ଜାରି କରିଛି । ବାଡ଼ମେରରେ ପ୍ରତିରକ୍ଷା ଅଞ୍ଚଳର ୫ କିଲୋମିଟର ପର୍ୟ୍ୟନ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ। ଆତିଶବାଜୀ ଓ ପଟାକା ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ ହେବ।
Views: 32