ନୂଆଦିଲ୍ଲୀ : ଜେନେରାଲ ଶ୍ରେଣୀରେ ଯୋଡ଼ି ହେବ ଆହୁରି ଅନେକ ବଗି । ତେଣୁ ଭିଡ଼ କମିବା ସହିତ ଆହୁରି ଆରାମ ଦାୟକ ହେବ ଯାତ୍ରା । କମ୍ ପଇସାରେ ଯାତ୍ରା କରିବାକୁ ହେଲେ ଇଣ୍ଡିଆନ ରେଳବାଇ ହିଁ ସବୁଠୁ ଆଗରେ ରହିବ । ସେଇଥିଲାଗି ତ ପ୍ରତିଦିନ କୋଟି କୋଟି ଲୋକ ଏଥିରେ ଯାତ୍ରା କରନ୍ତି । କିନ୍ତୁ ସିଟ୍ଠୁ ଅଧିକ ସଂଖ୍ୟାରେ ଯାତ୍ରୀ ଯାତ୍ରା କରୁଥିବା କାରଣରୁ ପ୍ରବଳ ଭିଡ଼ ହୁଏ । ତେଣୁ ଜେନେରାଲ ଶ୍ରେଣୀରେ ବଗି ସଂଖ୍ୟା ବଢାଇବାକୁ ଜୋରଦାର ପ୍ରସ୍ତୁତି କରୁଛି ରେଳ ମନ୍ତ୍ରଣାଳୟ । ବଜେଟ୍ରେ ଏନେଇ ବି ଅର୍ଥ ବ୍ୟୟବରାଦ ହୋଇଛି । ରେଲୱେ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆଗାମୀ ବର୍ଷେ ଭିତରେ ୬ ହଜାରରୁ ଅଧିକ ବଗି ନିର୍ମାଣ କରାଯିବ । ଯାହାଦ୍ବାର ପ୍ରାୟ ୬ ଲକ୍ଷ ଯାତ୍ରୀ ଉପକୃତ ହେବେ ।
Views: 56











