ନୂଆଦିଲ୍ଲୀ : ଜେଇଇ ମେନ୍ସ ୨୦୨୬ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ନ୍ୟାସନାଲ ଟେଷ୍ଟି ଏଜେନ୍ସୀ ଅଧିନରେ ସେସନ-୧ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଅପେକ୍ଷା କରିଥିବା ପ୍ରାର୍ଥୀ ତୁରନ୍ତ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏନଟିଏର ଅଫିସିଆଲ ୱେବସାଇଟ୍ jeemain.nta.nic.in କୁ ଯାଇ ଅଧିକ ବିବରଣୀ ପାଇପାରିବେ ।
ଆବେଦନ କରିବାର ତାରିଖ ୩୧ ଅକ୍ଟୋବରରୁ ଆରମ୍ଭ ହୋଇ ୨୭ ନଭେମ୍ବର, ୨୦୨୫ ଯାଏଁ ଚାଲିବ । ଏହାଛଡା ଏନଟିଏ ତରଫରୁ କ୍ରେଡିଟ୍ କାର୍ଡ/ଡେବିଟ୍ କାର୍ଡ/ନେଟ ବ୍ୟାଙ୍କିଯ/ୟୁପିଆଇ ଜରିଆରେ ଫି ଜମା କରିପାରିବେ । ପରୀକ୍ଷା ବିଷୟରେ ଘୋଷଣା ଜାନୁଆରୀ ୨୦୨୬ର ପ୍ରଥମ ସପ୍ତାହରେ କରାଯିବ । ଜେଇଇ ମେନ୍ସ ପାଇଁ ଆବେଦନ କେବଳ ଅନଲାଇନ ସ୍ବୀକାର କରାଯିବ ।
Views: 46











