ଭୁବନେଶ୍ବର: ସମ୍ବଲପୁର ଜିଲ୍ଲା ପୁଲିସ ଓ ବାମରା ବନ ବିଭାଗର ସହଯୋଗରେ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ଚଢ଼ଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି। ଏହି ଦୁର୍ଲଭ ବନ୍ୟପ୍ରାଣୀକୁ ଶିକାରୀମାନେ ବାହାରକୁ ଚାଲାଣ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଏହା ପୂର୍ବରୁ ସେମାନେ ଏସ୍ଟିଏଫ୍ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ଇଚ୍ଛାଧର ନାୟକ ଓ ସଚିନ କୁମାର ପାଢ଼ୀ। ଦିନକୁ ଦିନ ଜଙ୍ଗଲ ଅବକ୍ଷୟ ହେବାକୁ ଯାଉଥିବା ବେଳେ ବନ୍ୟପ୍ରାଣୀମାନେ ମଧ୍ୟ ବିପଦରେ ପଡୁଛନ୍ତି। ବନ୍ୟପ୍ରାଣୀମାନେ ଶିକାରୀମାନଙ୍କ ନଜରରେ ରହୁଛନ୍ତି। ଏ ନେଇ ବନ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ।
Views: 66