ଜଗତସିଂହପୁର : ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ଜିଲ୍ଲା ସମଗ୍ର ଶିକ୍ଷା ଜଗତସିଂହପୁର ଜିଲ୍ଲା ଚାଇଲ୍ଡ ଲାଇନ୍ ପ୍ରୋଟେକ୍ସଂନ ତରଫରୁ ଜଗତସିଂହପୁର ବାଳିକା ବିଦ୍ୟାଳୟରେ ପାଳିତ ହୋଇଯାଇଅଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମିହିର କୁମାର ପାଲଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ସିଶୁମଙ୍ଗଲ ଅଧିକାରୀ ଶକୁନ୍ତଳା ଚୌଧୁରୀ ଜଗତସିଂହପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁ ଚରଣ ରାଉତଙ୍କ ସହିତ ଅତିରିକ୍ତ ଶିକ୍ଷା ଅଧିକାରିଣୀ ରାଜଶ୍ରୀ ସାହୁ ଓ ଅନ୍ୟ ଅଧିକାରୀ ମାନେ ନିଜର ଅଭିଭାଷଣ ମାଧ୍ୟମରେ ନାରୀ ମାନେ କିଭଳି ବର୍ତ୍ତମାନ ସମୟରେ ଅବେହଳିତ ନୁହନ୍ତି ନାରୀ । ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରୁପାରୁଛନ୍ତି । ସେ ସମ୍ବଦ୍ଧରେ କହିବା ସହ ଅଲଟ୍ରାସାଉଣ୍ଡ କେନ୍ଦ୍ର ଗୁଡିକରେ ଭୃଣ ନିରୁପଣ କଲେ ଏହା ଆଇନି ଗତ ଅପରାଧ । ଯେଉଁ କ୍ଲିନିକ ମାନଙ୍କରେ ଭୃଣ ନିରୂପଣ କରାଯାଉଥିଲା ତେବେ ଜିଲ୍ଲାପାଳ ନଚେତ ପରିବାର କଲ୍ୟାଣ ଓଡିଶାକୁ ଜଣାଇ ବାକୁ ସୂଚନା ଦିଅନ୍ତୁ ବୋଲି କହିଥିଲେ । ଅନ୍ୟ ଅତିଥି ମାନେ ମଧ୍ୟ ନିଜେ ନିଜର ଅଭିଭାଷଣ ମାଧ୍ୟମରେ କନ୍ୟା ସନ୍ତାନ ପ୍ରତି ହଜାର ପୁଅଙ୍କ ତୁଳନାରେ ହ୍ରାସ ନପାଇବ ଏବଂ ପ୍ରତିଟି କ୍ଷେତ୍ରର ନାରୀ ମାନେ ନିଜେ ଗୁରୁତ୍ୱ ପୁର୍ଣ କ୍ଷେତ୍ରରେ ରହିଛନ୍ତି, ସେ ସମ୍ପର୍କ ରେ ସୂଚନା ଦିଆଯାଇଥିଲା । ବିଦ୍ୟାଳୟର ପିଲାମାନଙ୍କ ଦ୍ଵାରା ଏକ ସଚେତନତା ସାଇକେଲ ରାଲି ବିଦ୍ୟାଳୟରୁ ବାହାରି ସହର ପରିକ୍ରମା କରି ସଚେତନତା କରିଥିଲେ । ପରେ ବାଳିକା ବିଦ୍ୟାଳୟର ଛାତ୍ରୀ ମାନେ ନାରୀ ସୁରକ୍ଷା ସମ୍ପର୍କ ଓ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା । ଶେଷରେ ଜିଲ୍ଲା ସଂଯୋଜକ ବାଲ୍ୟବିବାହ ନିଶୋଧ ଅଧିକାରୀ ତପନ କୁମାର ଗୋଛାୟତ ଧନ୍ୟବଦର୍ପଣ କରିଥିଲେ ।
ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ “ବେଟି ବଚାଓ ବେଟି ପଢ଼ାଓ” ପାଳିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











