ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସ୍ତରୀୟ ମିଳିତ ଅମଲାସଂଘର ସଂଯୋଜକ ବିନୋଦ ବିହାରୀ ରଥଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ସଦସ୍ୟ ସଦସ୍ୟା ମାନେ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଧାରଣା ଦେଇଛନ୍ତି।ଦୀର୍ଘ ବର୍ଷ ହେଲା ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ବେତନରେ ଥିବା ଅସଙ୍ଗତିକୁ ଦୂର କରିବାରେ ଓଡିଶା ସରକାରଙ୍କ ଅବହେଳା ଓ ବୈମାତୃକ ମନୋଭାବ ଉପରେ ଘୋର ଅସନ୍ତୋଷ ଲାଗି ରହିଛି।ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଅନୁସାରେ ଓଡ଼ିଶା ସରକାର ଅମଲା ମାନଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପରିବର୍ତ୍ତେ ସ୍ନାତକ ଡିଗ୍ରୀ ସହିତ କମ୍ପ୍ୟୁଟର ଜ୍ଞାନ କରିଥିଲେ।ଶିକ୍ଷାଗତ ଯୋଗ୍ୟତା ବଢ଼ାଇବା ସହିତ ଚାକିରୀରେ ଯୋଗଦେବା ସମୟରେ କନିଷ୍ଠ ସହାୟକଙ୍କ ମୂଳ ଦରମା ୯୩୦୦/ଗ୍ରେଡ ପେ ୪୨୦୦ ଏବଂ ପେ ମାଟ୍ରିକିସ ୯ ଅନୁଯାୟୀ ଧାର୍ୟ୍ୟ କରାଯିବା କଥା ଯାହା ୨୦୧୭ ମସିହା ଠାରୁ ଆଜି ପର୍ୟ୍ୟନ୍ତ ସରକାର ପୁରଣ କରିନାହାନ୍ତି।ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ସମଭାବାପନ୍ନ ଅମଲା ସଂଘ ପକ୍ଷରୁ ବିଭିନ୍ନ ସ୍ତରରେ ଆଲୋଚନା ହୋଇ ସରିଛି।ସମସ୍ଥ ଆଲୋଚନା ବିଫଳ ହୋଇଛି।ଯଦି ଏପ୍ରିଲ ମାସ ୩୦ ତାରିଖ ସୁଦ୍ଧା ରାଜ୍ୟ ସରକାର ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଦାବି ପୂରଣ ନକରନ୍ତି ତେବେ ମଇ ମାସ ଏକ ତାରିଖରେ ରାଜ୍ୟ ସଂଘ ସରକାରଙ୍କୁ ଏକ ଚରମ ସ୍ମାରକପତ୍ର ପ୍ରଦାନ କରି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା।ହେଲେ ଆଜି ପର୍ୟ୍ୟନ୍ତ ସରକାର ଅମଲା ମାନଙ୍କ ଦାବି ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଜିଲ୍ଲାର ସମସ୍ତ ଅମଲା ସଂଘର କର୍ମକର୍ତ୍ତା ଓ କର୍ମଚାରୀ ମାନେ ଦାବି ପୂରଣ ନେଇ ଧାରଣାରେ ବସିଛନ୍ତି।ଯେ ପର୍ୟ୍ୟନ୍ତ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ ନ କରିଛନ୍ତି ସେପର୍ୟ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ଜିଲ୍ଲା ସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଧାରଣା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











