ଗଜପତି : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଜିରାଙ୍ଗ ଠାରେ ଶ୍ରୀ ବଳଦେବଜୀଉ ଙ୍କ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇ ଯାଇଛି । ଏହି ବଳଦେବ ପୀଠ ବହୁ ପୁରାତନ ହୋଇ ଥିବାରୁ ଏହାର ବହୁତ କିମ୍ବଦନ୍ତୀ ରହିଛି । କିମ୍ବଦନ୍ତୀ ଅନୁଯାଇ ବିଶ୍ୱାସ ରହିଛି କି ଏଠାରେ ଭକ୍ତ ମାନେ ମନସ୍କାମନା କଲେ ତାହା ନିଶ୍ଚୟ ପୂରଣ ହୁଏ । ମନସ୍କାମନା ପୂରଣ ପରେ ଭକ୍ତ ମାନେ ମୁଣ୍ଡନ ହୋଇ ବଳଦେବଜୀଉଙ୍କ ଅମୃତ କୁଣ୍ଡରେ ପଣା ଭୋଗ ଲଗାନ୍ତି । ଏହି ପଣା କୁ କେବଳ ଗୌଡ଼ ମାନେ ହିଁ ପ୍ରସ୍ତୁତ କରି ଥାନ୍ତି । ଏଠାକୁ ବାହାର ରାଜ୍ୟ ଆନ୍ଧ୍ର, ତେଲେଙ୍ଗାନା ଠାରୁ ମଧ୍ୟ ବହୁ ଭକ୍ତ ଆସିଥାନ୍ତି । ରାଜ୍ୟର ପ୍ରତ୍ୟେକ ସ୍ଥାନ ରେ ଗୁଣ୍ଡିଚା ଯାତ୍ରା ଦିନ ହିଁ ରଥ ଟଣା ହେଉଥିବା ବେଳେ ଏଠି ଗୁଣ୍ଡିଚା ଯାତ୍ରା ର ପରବର୍ତ୍ତୀ ଦିନ ହିଁ ରଥ ଟଣା ହୁଏ । ଆଜିର ଏହି ରଥ ଟଣା କାର୍ୟ୍ୟକ୍ରମରେ ହଜାର ହଜାର ଭକ୍ତ ମାନଙ୍କ ସମାଗମ ହୋଇଥିଲା । ଏଠାରେ ବହୁ ପସରା ବଜାର ବସିଥିବା ବେଳେ ଭଳିକି ଭଳି ଜିନିଷ ମଧ୍ୟ ବିକ୍ରି ହେଉ ଥିଲା । ବହୁ ଭକ୍ତ ସଂକୀର୍ତନ ର ତାଳେ ତାଳେ ନାଚ କରିବା ସହ ରଥ ଟାଣୁଥିବା ଦେଖିବାକୁ ମିଳିଛି । ଏହି ରଥଯାତ୍ରା ରେ ଶ୍ରୀବଳଦେବ ଜୀଉ ମନ୍ଦିର ପରିଚାଳନା କମିଟି ର ସଭାପତି ବଡଭୀମ ଶବର, ସମ୍ପାଦକ ଆନନ୍ଦ ପାଇକ, ରଥଯାତ୍ରା କମିଟି ର ସଭାପତି ସିମାଞ୍ଚଳ ମହାନ୍ତି, ପ୍ରତାପ ପାଇକ, ଜଗନ୍ନାଥ ଦଳାଇ, ସୁଧାକର ପାଇକ, ରାଜପତି ଭୂୟାଁ, କୋରାପ୍ରସାଦ ଦଳାଇ ଓ ପ୍ରଫୁଲ ମହାନ୍ତି ପୁର୍ଣ ସହଯୋଗ କରିଥିଲେ । ତାହା ସହ ପୁଲିସ କର୍ମ ଚାରି ଓ ମେଡିକାଲ ଷ୍ଟାପ ଉପସ୍ଥିତ ଥିଲୋ
ଜିରାଙ୍ଗ ଠାରେ ଶେଷ ହେଲା ଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











