The Ultimate Managed Hosting Platform
ADVERTISEMENT

ଜିନ୍ନତ ପାଇଁ ନାକେଦମ ହେଲାଣି ବନ ବିଭାଗ, ବାଂଲାଦେଶ ଚାଲି ଯିବା ସମ୍ଭାବନା

Facebook
Twitter
LinkedIn

ଶିମିଳିପାଳ : ଜିନ୍ନତ ପାଇଁ ନାକେଦମ ହେଲାଣି ବନ ବିଭାଗ । ଶିମିଳିପାଳରୁ ଝାଡଖଣ୍ଡ ଦେଇ ପସ୍ଚିମବଙ୍ଗକୁ ପଳାଇଥିବା ବାଘୁଣି ଜିନତକୁ ଓଡିଶା ଫେରାଇ ଆଣିବାକୁ ଚାଲିଛି ଉଦ୍ୟମ । ନେକ କଲାରରୁ ତାକୁ ଟ୍ରାକ କରି ହେଉନି । ଏପରିସ୍ଥିତିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲା ବଦୱାନ ନିକଟବର୍ତ୍ତୀ ଆଠୋଟି ଗାଁରେ ସ୍କୁଲ କଲେଜ ଓ ହୋଟେଲ ବନ୍ଦ ରଖାଯାଇଛି । ପ୍ରତିଦିନ ୨୫ରୁ ୩୦ କିଲୋମିଟର ଆଗକୁ ଯାଉଛି ଜିନତ । ଏବେ ପଡୋଶୀ ପଶ୍ଚିମବଙ୍ଗରେ ବୁଲୁଛି ବାଘୁଣୀ ଜିନତ୍ । ଏପରି ଆଗକୁ ଗଲେ ଖୁବଶୀଘ୍ର ଭାରତ ସୀମା ପାର ହୋଇ ବାଂଲାଦେଶ ଚାଲି ଯିବା ସମ୍ଭାବନା ରହିଛି । ତେଣୁ ଖୁବଶୀଘ୍ର ଟ୍ରାଙ୍କୁଲାଇଜ କରି ଫେରାଇ ଆଣିବାକୁ ଯୋଜନା କରୁଛି ବନବିଭାଗ । ଏବେ ଜିନତ୍ ପଶ୍ଚିମ ମେଦିନୀପୁର ଝାରଗ୍ରାମ ଡେଇଁ ପୁରିଲିଆ ଜିଲ୍ଲା ବୁଦୱାନରେ ପହଂଚିଛି । ଏଥିପାଇଁ ହାଇଆଲର୍ଟରେ ଅଛି ପୁରୁଲିଆ ଜିଲ୍ଲା । ଜିନତକୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ବନବିଭାଗ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି । ସୁଯୋଗ ପାଇବା ମାତ୍ରେ ଟାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଅଣାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login