ଭୁବନେଶ୍ୱର : ବିଧାନସଭା ଶୂନ୍ୟ କାଳରେ ଉଠିଲା ଜାଲ ସାର୍ଟିପିକେଟ ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ରାକେଟ ଚାଲିଛି । ମନୋଜ ମିଶ୍ର , ଅଶୋକ ଉଦଗାତା ସମେତ ୧୯ ଜଣ ଗିରଫ ହୋଇଛନ୍ତି । ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନକଲି ସାର୍ଟିଫିକେଟ ଦେଇଛନ୍ତି । ସେହି ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଭାଗରେ ଚାକିରି କରୁଛନ୍ତି । ବିଭିନ୍ନ ଜିଲ୍ଲାରେ ରାକେଟ ଚାଲିଛି । ବିଜେଡି ନେତାଙ୍କ ଏଥିରେ ସମ୍ପୃକ୍ତି ରହିଛି । ବିଜେଟି ଆଇଟି ସେଲର ସଦସ୍ୟ ଗିରଫ ହୋଇଛନ୍ତି । ଏନଏସଏରେ ବୁକ୍ ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ।
Views: 72