The Ultimate Managed Hosting Platform
ADVERTISEMENT

ଜାମ୍ମୁ ଓ କାଶ୍ମୀରରେ ସେନାର ଗାଡ଼ି ଉପରକୁ ଆକ୍ରମଣ ଘଟଣା; ସହିଦ ୫ ଯବାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପୁଅ

Facebook
Twitter
LinkedIn

ନୂଆଦିଲ୍ଲୀ : ଗତକାଲି ଜମ୍ମୁ ରେ ସେନା ଗାଡି ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଟ୍ରକ ଉପରକୁ କରିଥିଲେଗ୍ରେନେଡ ମାଡ । ଗ୍ରେନେଡ ମାଡ ଫଳରେ ଟ୍ରକରେ ଲାଗି ଯାଇଥିଲା ନିଆଁ । ଆଉ ୫ ଜଣ ଯବାନ ହୋଇଯାଇଥିଲେ ସହିଦ । ଜମ୍ମୁରେ ସହିଦ ୫ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ । ସହିଦ୍ ଯବାନ ଦେବାଶିଷ ବିଶ୍ୱାଳଙ୍କ ଘର ପୁରୀ ଜିଲ୍ଲାରେ । ସତ୍ୟବାଦୀ ବ୍ଳକ୍ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିରେ ଦେବାଶିଷଙ୍କ ଘର। ସୂଚନା ଅନୁସାରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ଅଳଗୁମ ଗ୍ରାମର ଖଣ୍ଡାୟତସାହି ନିବାସୀ ପ୍ରତାପ ବିଶ୍ବାଳ ଓ ମମତା ବିଶ୍ବାଳଙ୍କ ପୁଅ ଦେବାଶିଷ ବିଶ୍ବାଳ ଜମ୍ମୁକଶ୍ମୀରରେ ମୁତୟନ ଥିଲେ। ଗତକାଲି ସେ ସାଥୀ ଯବାନଙ୍କ ସହିତ ସେନା ଟ୍ରକରେ ଭିମ୍ବର ଗଲିରୁ ପୁଞ୍ଚକୁ ଯାଇଥିବାବେଳେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ୨୦୨୧ ମସିହା ଅକ୍ଷୟ ତୃତୀୟାରେ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ବିବାହ କରିଥିଲେ ଦେବାଶିଷ । ତାଙ୍କର ୭ ମାସର କନ୍ୟା ସନ୍ତାନ ରହିଛି ।
ସୂଚନା ଅନୁସାରେ ଜମ୍ମୁ-କଶ୍ମୀରର ପୁଞ୍ଚରେ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ଗୋଟିଏ ଟ୍ରକ୍ରେ ଯାଉଥିଲା। ଟ୍ରକଟି ଭିମ୍ବେର ଗଳି ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ। ଏହାପରେ ଗ୍ରେନେଡ ମାଡ଼ ଯୋଗୁ ଟ୍ରକ୍ରେ ନିଆଁ ଲାଗି ଯାଇଥିଲା। ଫଳରେ ୫ ଜଣ ଯୁବାନ ସହିଦ ହୋଇ ଯାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login