ନୂଆଦିଲ୍ଲୀ : ଧାର୍ଯ୍ୟ ହେଲା ସମୟ । ଅଯୋଧ୍ୟା ରାମ ମନ୍ଦିର ୨୦୨୪ ଜାନୁଆରୀ ୨୨ରେ ଉଦଘାଟନ ହେବ । ୨୨ ତାରିଖ ଦିନ ୧୨ଟା ୩୦ରୁ ୧ଟା ମଧ୍ୟରେ ହେବ ଉଦଘାଟନ କାର୍ୟ୍ୟକ୍ରମ । ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାଣ ପ୍ରତିଷ୍ଠା ହେବାର ଗୋଟେ ସପ୍ତାହ ପୂର୍ବରୁ ପୂଜା ଆରମ୍ଭ ହେବ । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରିଥିଲେ ଟ୍ରଷ୍ଟ କର୍ମକର୍ତ୍ତା । ନିମନ୍ତ୍ରଣ ସଂପର୍କରେ ଟୁଇଟ୍ କରି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।
ପ୍ରାଣ ପ୍ରତିଷ୍ଠା ପାଇଁ ଚୟନ କରାଯାଉଥିବା ସମୟ ବହୁତ ସ୍ୱତନ୍ତ୍ର ରହିଛି । ସେଦିନ ଏହିସମୟରେ ମୃଗଶୀର୍ଷ ନକ୍ଷତ୍ର ରହିଛି । ଯାହା ବହୁତ ଶୁଭ ହୋଇଥାଏ । ଏହି ନକ୍ଷତ୍ରରେ କୃଷି କାର୍ୟ୍ୟ, ବେପାର, ବିଦେଶ ଯାତ୍ରା ପାଇଁ ସର୍ବଶ୍ରେଷ୍ଠ । ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ୧୭ ଜାନୁଆରୀରୁ ବିଧିବିଧାନ ପୂଜା ଆରମ୍ଭ ହୋଇଯିବ । ସେଦିନ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା କାର୍ୟ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ଏହି ଅବସରରେ ବିଶ୍ୱର ୮୦ଟି ରାଷ୍ଟ୍ରର ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏନେଇ ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି ।
ଜାନୁଆରୀ ୨୨ରେ ହେବ ଅଯୋଧ୍ୟା ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା

Facebook
Twitter
LinkedIn
Facebook
Twitter
LinkedIn
Recent News
ଯାତ୍ରୀବାହୀ ବସରେ ଲାଗିଲା ନିଆଁ
ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା...
ନୂଆପଡା ଉପନିର୍ବାଚନ ; କିଏ ହେବେ ବିଜେଡିରୁ ପ୍ରାର୍ଥୀ ?
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ବେଳେ...
ସିରିଜ ପୋଛିନେଲା ଭାରତ , ୭ ୱିକେଟରେ ୱେଷ୍ଟିଣ୍ଡିଜକୁ ହରାଇଲା
ନୂଆଦିଲ୍ଲୀ : ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର...
କୋଲ୍ଡରିଫ ସମେତ ଏ ସମସ୍ତ ସିରପକୁ ବିଷାକ୍ତ କହିଲା “ହୁ”
ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା ହୁ । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ...