ରାଜନଗର : ଜାନୁଆରୀ ୧୪ରୁ ଆରମ୍ଭ ହେବ କୁମ୍ଭୀର ଗଣନା । ଜାନୁଆରୀ ୧୪ରୁ ୨୨ ତାରିଖ ଯାଏଁ ଅର୍ଥାତ ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ରାଜନଗର ବନଖଣ୍ଡର ୪ଟି ରେଞ୍ଜରେ କୁମ୍ଭୀର ଗଣନା କରାଯିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।ସକାଳ ଓ ସନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟ ରେ କୁମ୍ଭୀର ଗଣନା କରାଯିବ।ଏହି ସମୟରେ ପର୍ୟ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ପର୍ୟ୍ୟଟକ ଆସିବା ଉପରେ କଟକଣା ଲଗାଯାଇଛି । ତେବେ ଭିତରକନିକାରେ ଥିବା ନଦୀ ଓ ନାଳଗୁଡ଼ିକରେ କୁମ୍ଭୀର ଗଣନା କରାଯିବ ।
Views: 43