ପ୍ରୟାଗରାଜ : ଜାନୁଆରୀ ୧୩ରୁ ପ୍ରୟାଗରାଜରେ କୁମ୍ଭମେଳା । ମେଳାରେ ସୁରକ୍ଷା ପାଇଁ ବ୍ୟବହାର ହେବ ଅତ୍ୟାଧୁନିକ ପ୍ରଯୁକ୍ତି। ମେଳାରେ ଅଗ୍ନିକାଣ୍ଡ ରୋକିବାକୁ ବ୍ୟବହାର ହେବ ରୋବୋଟିକ ଅଗ୍ନିଶମ ଇକ୍ୱିପମେଣ୍ଟ । ଏଥିପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ୨ ଶହ କମାଣ୍ଡୋ ମୁତୟନ ହେବେ ବୋଲି ଜଣାପଡିଛି । ପ୍ରଥମ ଥର ପାଇଁ କୁମ୍ଭ ମେଳାରେ ଏପରି ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର ହେବ । ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରୁନଥିବା ସ୍ଥାନରେ ଅଗ୍ନି ନିର୍ବାପନ ପାଇଁ ଏହି ରୋବୋଟିକ ଅଗ୍ନିଶମ ଯାନ ବ୍ୟବହାର ହେବ । ୨୦ରୁ ୨୫ କିଲୋଗ୍ରାମ ଓଜନର ୩ଟି ରୋବୋଟିକ ଅଗ୍ନିଶମ ଯାନ ମେଳାରେ ଅଗ୍ନି ନିର୍ବାପନ ପାଇଁ ବ୍ୟବହୃତ ହେବ । ସେହିପରି କୁମ୍ଭ ମେଳା ବେଳେ ସୁରକ୍ଷା ପାଇଁ ମଧ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି । ସୁରକ୍ଷା ପାଇଁ ଲାଗିଥିବା ସିସିଟିଭି କ୍ୟାମେରାକୁ ଅଧିକ କାର୍ୟ୍ୟକ୍ଷମ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ହୋଇଛି । ଏହି କ୍ୟାମେରାଗୁଡିକ ଭିଡ ନିୟନ୍ତ୍ରଣରେ ମଧ୍ୟ ସହାୟକ ହେବ ବୋଲି କହିଛନ୍ତି କୁମ୍ଭମେଳାର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ବରିଷ୍ଠ ପୋଲିସ ଅଧିକାରୀ ।
ଜାନୁଆରୀ ୧୩ରୁ ପ୍ରୟାଗରାଜରେ କୁମ୍ଭମେଳା

Facebook
Twitter
LinkedIn
Facebook
Twitter
LinkedIn
Recent News
କରୁର ଦଳାଚକଟା ; ତଦନ୍ତ କରିବ ସିବିଆଇ
ତାମିଲନାଡୁ : ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ମାମଲାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର...
ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ନୂଆଦିଲ୍ଲୀ : ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ ପଦକ୍ଷେପ । ଇସ୍ରାଏଲ-ଗାଜା...
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ
ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...
ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା !
ଭୁବନେଶ୍ୱର : ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ । ଡ୍ୟୁଟି ଆସିବା ବେଳେ ଲ୍ୟାବ ଆସିଷ୍ଟାଣ୍ଟଙ୍କୁ ଗୁଳିମାଡ । ରଣସିଂପୁରରେ ଗୋଡାଇ ଗୋଡାଇ...