ଭୁବନେଶ୍ୱର : ଜାନୁଆରୀ ୨ ତାରିଖରୁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା । ୨୦୨୪ ବୋର୍ଡ ପରୀକ୍ଷା ପାଇଁ ସିଏଚଏସଇର ବିଜ୍ଞପ୍ତି । ଜାନୁଆରୀ ୨ରୁ ୧୨ ତାରିଖ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା । ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ହେବ । ଏଥି ସହିତ ପ୍ରାକ୍ଟିକାଲ୍ ପରୀକ୍ଷା ସରିବା ପରେ ଫେବୃୟାରୀ ୧୬ ତାରିଖରୁ ଥିଓରୀ ପରୀକ୍ଷା ଆରମ୍ଭ ହୋଇପାରେ ବୋଲି ମଧ୍ୟ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି।
Views: 66