The Ultimate Managed Hosting Platform
ADVERTISEMENT

ଜାଡରେ ଜଡସଡ ଓଡିଶା

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଶୀତ । ୧୦ ଡିଗ୍ରୀ ତଳେ ୧୬ ସହର । ୪ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର । ଟ୍ୱିନସିଟିର ବି ପାରଦ ଖସିବାରେ ଲାଗିଛି । କଟକରେ ୧୨.୩ ଡିଗ୍ରୀ ଓ ଭୁବନେଶ୍ୱରରେ ୧୩.୮ ଡିଗ୍ରୀ ରହିଛି ପାରଦ । ଥଣ୍ଡାରେ ଫୁଲବାଣୀ ସହର ଅଧିକ ପ୍ରଭାବିତ ହୋଇଛି । ଦାରିଙ୍ଗବାଡିଠାରୁ ଜି.ଉଦୟଗିରି ଓ ଫୁଲବାଣୀ ସହରରେ ଅଧିକ ଶୀତ ଅନୁଭୁତ ହେଉଛି । ସକାଳୁଆ ଥଣ୍ଡା ଏବଂ ଘନ କୁହୁଡି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ସେହିଭଳି ମେଘମୁକ୍ତ ରହିଥିବାରୁ ଶୀତର ପ୍ରକୋପ ପୁଣି ବଢିଯାଇଛି । ସେହିପରି ଘନ କୁହୁଡି ସକାଳ ପ୍ରାୟ ୯ଟା ପର୍ୟ୍ୟନ୍ତ ଲାଗିରହୁଛି । କୁହୁଡି ଯୋଗୁଁ ଲୋକଙ୍କୁ ଗାଡି ଚଳାଚଳରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଜିଲ୍ଲାରେ ଥଣ୍ଡା ଏବଂ କୁହୁଡି ବଢିଯାଇଥିବାରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ସକାଳୁ ସକାଳୁ ବୃକ୍ଷ ଲତା ଗୁଡିକରେ ମଧ୍ୟ କୁହୁଡ଼ିର ଆସ୍ତରଣ ପଡିଥିବା ଦେଖିବାକୁ ମିଳୁଛି । ଶୀତ ଏତେ ବଢିଯାଇଛି ଯେ ବିନା ଶୀତ ବସ୍ତ୍ର ନ ହେଲେ ଘରୁ ବାହାରିବା କଷ୍ଟ ହୋଇପଡିଛି । ସବୁଠାରୁ ଶୀତ ଦିନେ ଅଧିକ ପ୍ରଭାବିତ ହେଉଛନ୍ତି ଗ୍ରାମାଞ୍ଚଳ ଗରିବ ଓ ଖଟିଖିଆ ମାନେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଡାକ୍ତର ରାଉଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ବେଷ୍ଟ ସର୍ଜନ ଭାବେ ରାଜ୍ୟସ୍ତରରେ ପୁରସ୍କୃତ

ଡାକ୍ତର ରାଉଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ବେଷ୍ଟ ସର୍ଜନ ଭାବେ ରାଜ୍ୟସ୍ତରରେ ପୁରସ୍କୃତ

ନବରଙ୍ଗପୁର : ବେଷ୍ଟ ସର୍ଜନ ଭାବେ ନବରଙ୍ଗପୁର ଜିଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ସୁମନ୍ତ ରାଉଳଙ୍କୁ ରାଜ୍ୟ...

Login