ଜଗତସିଂହପୁର (ଲୋକନାଥ ସାହୁ) : ଆମର ପିଲା ଦରକାର । ପିଲା ମୃତ୍ୟୁ କି ଜୀବିତ ଆମେ ଜାଣିନୁ କି ଦେଖିନୁ । ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଆମକୁ ଉତ୍ତର ଦିଅ । ଏଭଳି ହକ ପାଇଁ ଦୀର୍ଘ ସମୟ ଚାଲିଛି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ହାଙ୍ଗାମା । ହଁ ଦର୍ଶକ ବନ୍ଧୁ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ । କଟକ ନଖରା ଅଞ୍ଚଳର ଛବି ବେହେରା ପାଞ୍ଚ ବର୍ଷ ତଳେ ବାଲିକୁଦା ନାଗପୁର ଅଂଚଳର ସୁମିତ୍ରା ବେହେରାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ପରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ଉପୁଜିବାରୁ ସ୍ତ୍ରୀ ସୁମିତ୍ରା ବାପଘର ନାଗପୁର ରେ ରହୁଥିଲା । ମାର୍ଚ୍ଚ ୫ତାରିଖରେ ସୁମିତ୍ରା କାହାରିକୁ କିଛି ନଜଣାଇ ଅବିବାହିତ ବୋଲି ପରିଚୟ ଦେଇ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପୁତ୍ର ସନ୍ତାନ ଜନ୍ମ କରିଥିଲା । ଏହା ପରେ ପୁତ୍ରକୁ ଜ଼ିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲା । ଏ ସମ୍ପର୍କରେ ସୁମିତ୍ରାର ସ୍ୱାମୀ ଛବି ବିଶେଷ ସୂତ୍ରରୁ ଖବର ପାଇଁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଂଚି ଥିଲେ ହେଲେ ଜ଼ିଲ୍ଲା ଶୁଶୁ ମଙ୍ଗଳ ଅଧିକାରୀ ଛବିକୁ ଶିଶୁ ପିଲାକୁ ହସ୍ତାନ୍ତର କରିନଥିଲେ । ପରବର୍ତ୍ତୀ ସମୟରେରେ ସୁମିତ୍ରାର ସ୍ୱାମୀ ଛବି ଏବଂ ପରିବାର ଲୋକ ଶିଶୁ ପୁତ୍ର ନେବାକୁ ବିଭିନ୍ନ ଫୋରମ ରେ ଦାବୀ କରିଥିଲେ । ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅପ୍ରିଲ ଦୁଇ ତାରିଖରେ ଶିଶୁ ପୁତ୍ର ନେବାକୁ ସୁମିତ୍ରା ଏବଂ ତାର ସ୍ୱାମୀ ଛବି କୁ ପ୍ରତିଶୃତି ଦେଇଥିଲେ । ହେଲେ ଉଭୟ ପରିବାର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଂଚିବା ପରେ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁ ପୁତ୍ରକୁ ମୃତ୍ୟୁ ଘୋଷଣା କରିବାରୁ ଉତେଜନା ଦେଖାଦେଇଥିଲା ।
ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ପାଇଁ ହାଙ୍ଗାମା , ସନ୍ଦେହ ଘେରରେ ଶିଶୁ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟକଳାପ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











