The Ultimate Managed Hosting Platform
ADVERTISEMENT

ଜଳେଶ୍ଵର ଆସିବେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ

Facebook
Twitter
LinkedIn

ଜଳେଶ୍ଵର (ଅଜିତ କୁମାର ସାହୁ): ଜଳେଶ୍ବର ଆସୁଛନ୍ତି ମହାମହିମ ରାଜ୍ୟପାଳ ଗଣେଶୀଲାଲ। ଆସନ୍ତା କାଲି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକରେ ଅନୁଷ୍ଠିତ ହେବାକୁ ଥିବା ଦୁଇଟି କାର୍ୟ୍ୟକ୍ରମରେ ଯୋଗ ଦେବେ ରାଜ୍ୟପାଳ ଗଣେଶୀ ଲାଲ। ପ୍ରାପ୍ତ ସୂଚନା ମୁତାବକ ଜଳେଶ୍ଵର ବ୍ଲକ ରାଇଁଆରାମ ଚନ୍ଦ୍ରପୁର ପଞ୍ଚାୟତ ଜମାଳପୁର ଗ୍ରାମର ବିଶ୍ଵନାଥ ଏକାଡେମୀ ର ପ୍ଲାଟିନମ ଜୁବ୍ଲି ଓ ଜଳେଶ୍ଵର ସ୍ଥିତ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ବିହାରରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ ସମାବେଶ ଏବଂ ସତସଙ୍ଗ କାର୍ୟ୍ୟକ୍ରମର ଉଦ୍ଘାଟକ ତଥା ତଥା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଆସି ଜଳେଶ୍ଵର ପହଞ୍ଚିବେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଭାଷା ସାହିତ୍ୟ ସଂସ୍କୃତି, ପର୍ୟ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏବଂ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଏନେଇ ଜଳେଶ୍ଵର ଅଞ୍ଚଳ ବାସୀ ଉତ୍ସାହିତ ଥିବାବେଳେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାଲେଶ୍ଵର ଜିଲ୍ଲାପାଳ ଦତ୍ତତ୍ରୟ ଭାଉସାହେବ ସିନ୍ଧେ ଓ ଏସ୍ପି ସାଗରିକା ନାଥଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ ପ୍ରତ୍ୟକ୍ଷ ତତ୍ବାବଧାନ କରୁଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login