ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି । ଦିନ ସାଢେ ୧୧ଟାରେ ୪୧ ଛୁଇଁଲା ସମ୍ବଲପୁର ତାପମାତ୍ରା । ଝାରସୁଗୁଡା ୪୦.୬ , ଭୁବନେଶ୍ୱର ଓ ହୀରାକୁଦ ୩୯.୬ ଡିଗ୍ରୀ ରେକର୍ଡ ।
ରାଜ୍ୟରେ ବର୍ତ୍ତମାନ ପ୍ରବଳ ତାତି ଯୋଗୁ ଭୂପୃଷ୍ଠ ଗରମ ରହୁଛି । ଏହି ସମୟରେ ରାଜ୍ୟକୁ ସାମୁଦ୍ରିକ ଜଳୀୟ ବାଷ୍ପପୂରର୍ଣ୍ଣ ବାୟୁ ପ୍ରବେଶ ଯୋଗୁ କାଳବୈଶାଖୀ ଜନିତ ପରିସ୍ଥିତି ସୃଷ୍ଟି ହେଉଛି । ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ୪ ଦିନ ଯାଏ କାଳବୈଶାଖୀ ପ୍ରଭାବ ଜାରି ରହିବ ।

Views: 99











