ନୂଆଦିଲ୍ଲୀ : କାନାଡାର ଅଲବର୍ଟା ପ୍ରଦେଶରେ ଅବସ୍ଥିତ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି। ଫଳରେ ହଜାର ହଜାର ଲୋକଙ୍କୁ ଭୂମିହୀନ ହେବାକୁ ପଡ଼ିଛି। ଅଗ୍ନିକାଣ୍ଡ ହେତୁ ଏଠାକାର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି। ଲୋକମାନେ ଶରୀରରେ ଜ୍ୱଳନ ଅନୁଭବ କରୁଛନ୍ତି। ଏଠାରେ ତେଲ ପାଇପଲାଇନ ଥିବାରୁ ଚିନ୍ତା ଆହୁରି ବଢ଼ିଯାଇଛି। ଯଦିଓ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, କିନ୍ତୁ ନିଆଁ ନିୟନ୍ତ୍ରଣ ବାହାରେ ଅଛି।
ଏଥିଯୋଗୁ ୟୁନାଇଟେଡ୍ କଞ୍ଜର୍ଭେଟିଭ୍ ପାର୍ଟି ମୁଖ୍ୟ ଡାନିଏଲ୍ ସ୍ମିଥ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ନିଆଁ ଅନିୟନ୍ତ୍ରିତ ବେଗରେ ଜଙ୍ଗଲକୁ ନିଜ କବଳକୁ ନେଉଛି। ଶନିବାର ସନ୍ଧ୍ୟା ସୁଦ୍ଧା ୨୪ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଇଛି।
ସେପଟେ ଅଲବର୍ଟା ପ୍ରଦେଶରେ ୧୧୦ଟି ସ୍ଥାନରେ ନିଆଁ ଲାଗିଛି। ସେଥିମଧ୍ୟରୁ ୩୬ଟି ଜାଗାରେ ନିଆଁ ବେକାବୁ ସ୍ଥିତିରେ ରହିଛି। ଏଠାକାର ଲୋକମାନେ ଗରମ ପବନ ଏବଂ ପ୍ରବଳ ଉତ୍ତାପ ସହ ଜୁଝି ହେଉଛନ୍ତି। ପ୍ରବଳ ବେଗରେ ପବନ ବହିବା ହେତୁ ନିଆଁ ଅତି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଫଳରେ ଅଗ୍ନିଶମ ବାହିନୀ ପାଇଁ ଉଦ୍ଧାର କାର୍ୟ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡିଛି। କ୍ୟୁବେକ୍ ଏବଂ ଓଣ୍ଟାରିଓରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଜଳୁଛି କାନାଡାର ଅଲବର୍ଟା ଜଙ୍ଗଲ

Facebook
Twitter
LinkedIn
Facebook
Twitter
LinkedIn
Recent News
ସୋଭନା ମହାନ୍ତିଙ୍କୁ ମହିଳା କମିଶନ ଅଧ୍ୟକ୍ଷା ଓ ବବିତା ପାତ୍ରଙ୍କୁ ଶିଶୁ ସୁରକ୍ଷା ଆୟୋଦ ଅଧ୍ୟକ୍ଷା ଭାବେ ନିଯୁକ୍ତ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର : ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ନିଯୁକ୍ତ ହେଲେ ରାଜ୍ୟ ସରକାର । ନିଯୁକ୍ତି ନେଇ...
ଉତ୍ତରକାଶୀରେ ବାଦଲ ଫଟା ବର୍ଷା, ବାଦଲଫଟା ବର୍ଷାରେ ଭାସିଗଲା ଘର
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷା । ପାହାଡିଆ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ । ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଜନଜୀବନ...
ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ନୂଆଦିଲ୍ଲୀ : ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ । ୭୯ ବର୍ଷ ବୟସରେ ସତ୍ୟପାଲ ମଲ୍ଲିକଙ୍କ ପରଲୋକ । ଆରଏମଏଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ...
ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା : ରିପୋର୍ଟ ମାଗିଲେ ଆରଡିସି
ଭୁବନେଶ୍ୱର : ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା । ଏମକେସିଜି ଅଧକ୍ଷଙ୍କୁ ରିପୋର୍ଟ ମାଗିଲେ ଦକ୍ଷିଣାଞ୍ଚଳ ଆରଡିସି । ସୋସିଆଲ ମିଡିଆର ଏକ...