ନୂଆଦିଲ୍ଲୀ : ଆଫଗାନିସ୍ତାନରେ ମର୍ମନ୍ତୁଦ ବସ ଦୁର୍ଘଟଣା । ୫୦ରୁ ଅଧିକ ଜଣଙ୍କର ଚାଲିଗଲା ଜୀବନ । ଇନ୍ଧନ ବୋଝେଇ ଟ୍ରକ ଓ ବାଇକ ସହ ଧକ୍କା ହୋଇ ଜଳିଗଲା ବସ୍। ବସଟି ପଶ୍ଚିମ ଆଫଗାନିସ୍ତାନରେ ଶରଣାର୍ଥୀଙ୍କୁ ନେଇ କ୍ଷୀପ୍ର ଗତିରେ ଯାଉଥିବାବେଳେ ଦୁର୍ଘଟଣା ହୋଇଥିଲା । ଏହାରି ମଧ୍ୟରେ ପ୍ରାଦେଶିକ ସରକାର ଅହମ୍ମଦୁଲ୍ଲା ମୁତାକି ଦୁର୍ଘଟଣା ନେଇ ସୋସିଆଲ ମିଡିଆ ଏକ୍ସରେ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଏହି ଦୁର୍ଘଟଣା ଏବେକା ସମୟର ସବୁଠୁ ବଡ଼ ଦୁର୍ଘଟଣା ବୋଲି ସେ କହିଛନ୍ତି । ବସର ଦ୍ରୁତ ଗତି ଏବଂ ଚାଳକର ଖାମଖିଆଲି ଯୋଗୁ ଦୁର୍ଘଟଣା ହୋଇଥିବା କହିଛନ୍ତି ଅହମ୍ମଦୁଲ୍ଲା । ବସ ପ୍ରଥମେ ବାଇକ ଓ ପରେ ଟ୍ରକରେ ମାଡ ହୋଇଥିଲା । ଏହାପରେ ବସରେ ଲାଗିଯାଇଥିଲା ନିଆଁ । ତେବେ ବସରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ମାତ୍ର ୩ଜଣ ଜୀବିତ ଥିବା କହିଛନ୍ତି ସ୍ଥାନୀୟ ପୋଲିସ ।
Views: 43