ନୂଆଦିଲ୍ଲୀ : ଜମ୍ମୁ – କାଶ୍ମୀର ଓ ହରିୟାଣା ପାଇଁ ଆସିଲା ନିର୍ବାଚନୀ ତାରିଖ । ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଏଥର ଭୋଟ ଦେବ ଜମ୍ମ-କାଶ୍ମୀର । ଏନେଇ ଆଜି ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର କହିଛନ୍ତି କି, ହରିଆଣା ଓ ଜାମ୍ମୁ-କାଶ୍ମୀରର ସ୍ଥିତି ଦେଖିବାକୁ ଏକ ଟିମ୍ ଯାଇଥିଲା । ଏଥର ଜମ୍ମୁ-କାଶ୍ମୀରରେ ୯୦ ବିଧାନସଭା ଆସନରେ ଭୋଟିଂ ହେବ । ମୋଟ ୮୭ ଲକ୍ଷ ୯ ହଜାର ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେହିଭଳି ହରିଆଣାରେ ମଧ୍ୟ ୯୦ ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଏଠାରେ ୨ କୋଟି ୧ ଲକ୍ଷ ମତଦାତା ମତଦାନ କରିବେ । ଏଥିପାଇଁ ୨୦ ହଜାର ୨୬୯ ପୁଲିଂ ଷ୍ଟେସନର ବ୍ୟବସ୍ଥା କରାଯିବ । ୧୫୦ ରୁ ଅଧିକ ମେଡାଲ ପୁଲିଂ ବୁଥ୍ ରହିବ । ହରିଆଣାରେ ଗୋଟିଏ ପର୍ୟ୍ୟାୟରେ ମତଦାନ ହେବ । ଅକ୍ଟୋବର ପହିଲାରେ ହରିଆଣାର ୯୦ ଆସନ ପାଇଁ ମତଦାନ ହେବ । ସେହିଭଳି ଜମ୍ମୁ-କାଶ୍ମୀରର ୯୦ ଆସନ ପାଇଁ ୩ଟି ପର୍ୟ୍ୟାୟରେ ମତଦାନ ହେବ । ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ ରେ ତୃତୀୟ ପର୍ୟ୍ୟାୟ ଭୋଟିଂ ହେବ । ଅକ୍ଟୋବର ୪ ତାରିଖରେ ଫଳାଫଳ ଘୋଷଣା ହେବ ।
ଜମ୍ମୁ – କାଶ୍ମୀର ଓ ହରିୟାଣା ପାଇଁ ଆସିଲା ନିର୍ବାଚନୀ ତାରିଖ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତ ଆସିବେ ରୁଷ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ...
୩ ଦୁଷ୍କର୍ମୀଙ୍କୁ ଆଜୀବନ
ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...
ସାରା ଦେଶରେ ଭୋଟ ଚୋରି : ରାହୁଲ
ନୂଆଦିଲ୍ଲୀ : ପୁଣି ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ସାରା ଦେଶରେ ଭୋଟ ଚୋରି ହେଉଥିବା କହି ବର୍ଷିଲେ । ଭୋଟର ଲିଷ୍ଟରେ...
ବାପ-ଝିଅ ଉପରେ ମାଡିଗଲା ହାଇୱା
ପାରାଦୀପ : ବାଇକ ଉପରେ ମାଡିଗଲା ହାଇୱା । ବାପ ,ଝିଅଙ୍କର ଚାଲିଗଲା ଜୀବନ । କଟକ-ପାରାଦୀପ ରାସ୍ତା କୋଠିଆସାହି ଛକରେ ଦୁର୍ଘଟଣା । ଦୁର୍ଘଟଣା ପରେ...