ଜମ୍ମୁ : ଜାମ୍ମୁ କାଶ୍ମୀରର ୨ଟି ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ । ପୁଞ୍ଚ ଓ ରଜୈାରାରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ପାଇଁ ଇଣ୍ଟରନେଟ ସେବା ବନ୍ଦ । ପୁଞ୍ଚରେ ୪ ଯବାନ ସହିଦ ହେବା ପରେ ଚାଲିଛି ସର୍ଚ୍ଚ ଅପରେସନ । ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ଚାଲିଛି ସର୍ଚ୍ଚ ଅପରେସନ ।
ଏପଟେ କଶ୍ମୀରରେ ଆତଙ୍କୀ ହମଲା ପରେ ହାଇ ଆଲର୍ଟ । ଜମ୍ମୁ କଶ୍ମୀରର ଚାନ୍ଦିଲି ଗାଁରେ ମୋର୍ଟାର ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଜମ୍ମୁ କଶ୍ମୀରର ପୁଞ୍ଚରେ ୪ ଜଣ ଯବାନ ସହିଦ ହେବା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଚାଲିଛି ସର୍ଚ୍ଚ ଅପରେସନ । ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ପୁଞ୍ଚ୍ ଓ ରଜୌରୀରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ଏହି ଅଞ୍ଚଳରେ ଆକାଶମାର୍ଗରୁ ତଦାରଖ କରାଯାଉଛି ।
Views: 67