The Ultimate Managed Hosting Platform
ADVERTISEMENT

ଜମି ପାଇଁ ଗୋଡାଇ ଗୋଡାଇ ନେଇଗଲେ

Facebook
Twitter
LinkedIn

ରେଢାଖୋଲ : ଜମିରେ ଗୋଡାଇ ଗୋଡାଇ ଜଣକୁ ମାରିଦେଲେ । ବୁର୍ଡା ପଞ୍ଚାୟତ ବଡମାଳ ଗାଁରେ ଦିନ ଦ୍ୱିପ୍ରହରେ ଜୀବନ ନେଇଗଲେ । ଜମି ପାଇଁ ୩ ଜଣ ଗୋଡାଇ ଗୋଡାଇ ହାଣିଥିବା ଅଭିଯୋଗ । ମୃତକ ହେଲେ ପ୍ରଫୁଲ୍ଲ ନାୟକ । ପ୍ରଫୁଲ୍ଲ ଆଜି ଜମିରେ ମାଟି କାମ କରୁଥିଲେ । ତାଙ୍କ ଜମିକୁ ଲାଗି ସେହି ଗାଁର ବିଭୂତି ପ୍ରଧାନଙ୍କ ଜମି ରହିଛି । ତେଣୁ ଆଜି ଜମିକୁ ନେଇ ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ବିଭୂତି, ତାଙ୍କ ସ୍ତ୍ରୀ, ଭାଇ ଓ ମାଆ ମିଶି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟାକାଣ୍ଡ ପରେ ୩ଜଣ ଫେରାର ହୋଇଯାଇଛନ୍ତି । ପୋଲିସ ବିଭୂତି ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login