The Ultimate Managed Hosting Platform
ADVERTISEMENT

ଜମିବାଡି ବିବାଦରୁ ପେଟ୍ରୋଲ ଢାଳି ଜାଳିଦେଲେ ଘର

Facebook
Twitter
LinkedIn

କୋଣାର୍କ : ଜମିବାଡ଼ି ବିବାଦରୁ ଉତ୍ତେଜନା । ଅଭିଯୋଗ ଆସିଛି ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବାଙ୍ଗୁରିଗାଁ ପଞ୍ଚାୟତରେ । ସୂଚନା ଅନୁଯାୟୀ, ସେହି ପଞ୍ଚାୟତର ଶ୍ରୀଚନ୍ଦନପୁର ଗାଁର କିଛି ଲୋକ ପେଟ୍ରୋଲ ଢାଳି ଶଙ୍କିଆପଦା ଗାଁର ଜଣେ ବ୍ୟକ୍ତିଙ୍କ ଦୁଇ ବଖରା ଘର ଜାଳିଦେବା ସହ ତାଙ୍କ ବୋହୂଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ସଂପୃକ୍ତ ବ୍ୟକ୍ତି କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ କାକଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି କାକଟପୁର ଚମ୍ପାହାର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏନେଇ ଏକ ମାମଲା ରୁଜୁ କରି କାକଟପୁର ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଘଟଣାରେ ଏପର‌୍ୟ୍ୟନ୍ତ କାହାରିକୁ ଗିରଫ କରି ନଥିବା ସୂଚନା ରହିଛି । ଗୁରୁତର ଦୁଇ ଦୁଇ ମହିଳାଙ୍କୁ କାକଟପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login