ବେଙ୍ଗାଲୁରୁ: ପ୍ରେମିକ ସାଜିଲା ସଇତାନ । ଯାହା ପ୍ରେମରେ ଅନ୍ଧ ହୋଇ ଯାଇଥିଲା ପ୍ରେମିକା ସେହି ପ୍ରେମିକ ହିଁ ତାର ଜୀବନ ନେବାକୁ ପଛାଇଲା ନାହିଁ । ଆଉ ଜନ୍ମ ଦିନରେ ଦେଲା ମୃତ୍ୟୁର ଉପହାର । ପ୍ରେମିକାର ଜନ୍ମଦିନ ପାଳନ କଲା ତା’ ପରେ ବେକ କାଟିଲା । ଜନ୍ମଦିନରେ ପ୍ରେମିକା ବେକ କାଟି ଏପରି ଗିଫ୍ଟ ଦେଇଛି ପ୍ରେମିକ । କର୍ଣ୍ଣାଟକର ବେଙ୍ଗାଲୁରୁରେ ଘଟିଛି ଏପରି ଆଶ୍ଚର୍ୟ୍ୟ କଲାଭଳି ଘଟଣା । ପ୍ରଥମେ ପ୍ରେମିକାକୁ ଡାକି ଜନ୍ମଦିନ ପାଳନ କଲା । ପ୍ରେମିକା କେକ ବି କାଟିଲା । କିଛି ସମୟ ପରେ ପ୍ରେମିକାର ବେକ କାଟି ହତ୍ୟା କଲା ପ୍ରେମିକ ।
ସୂଚନା ଅନୁସାରେ, ପ୍ରେମିକାର ଅନ୍ୟ ଜଣଙ୍କ ସହ ଆଫେୟାର ଚାଲିବା ନେଇ ପ୍ରେମିକ ସନ୍ଦେହ କରୁଥିଲା । ପୋଲିସର କହିବା ଅନୁସାରେ, ମୃତକ ନଭ୍ୟାଙ୍କ ବୟସ ୨୪ ବର୍ଷ । ସେ ପୋଲିସ ବିଭାଗର କ୍ଲର୍କ ଥିଲେ । ଅନ୍ୟପଟେ ପ୍ରେମିକର ନାମ ପ୍ରଶାନ୍ତ । ଯୁବକଙ୍କ ସହ ନଭ୍ୟାଙ୍କର ୬ ବର୍ଷ ହେବ ଆଫେୟାର ଥିଲା । ଉଭୟ ସମ୍ପର୍କୀୟ ଭାଇ ଭଉଣୀ ହେବେ । ଏହି ଖବର ଘର ଲୋକ ଜାଣି ନଥିଲେ । କିନ୍ତୁ ନଭ୍ୟାଙ୍କର ଅନ୍ୟ କାହା ସହ ଆଫେୟାର ଥିବା ନେଇ ପ୍ରଶାନ୍ତ ତାଙ୍କୁ ସନ୍ଦେହ କରୁଥିଲେ । ଏଥିପାଇଁ ସେ ହତ୍ୟା ପାଇଁ ପ୍ଲାନ୍ କରିଥିଲେ । ଜନ୍ମଦିନରେ ନଭ୍ୟାଙ୍କୁ ଘରକୁ ଡାକି ହତ୍ୟା କରିବେ ବୋଲି ପ୍ରଶାନ୍ତ ପ୍ଲାନ୍ କରିଥିଲେ । ଜନ୍ମଦିନ ପାଇଁ ପୂରା ରୁମକୁ ଭଲରେ ସଜାଇଥିଲେ । ତା ପରେ ନଭ୍ୟାଙ୍କୁ ଡାକି କେକ କଟାଇଥିଲେ । ଏହାର କିଛି ସମୟ ପରେ ପ୍ରଶାନ୍ତ ନଭ୍ୟାଙ୍କ ବେକକୁ ଛୁରି ସାହାଯ୍ୟରେ କାଟି ହତ୍ୟା କରିଥିଲେ । ଏହା ପରେ ଘରଲୋକ ନଭ୍ୟାଙ୍କ ନିଖୋଜ ନେଇ ପୋଲିସରେ ଏଫଆଇଆର ଦେଇଥିଲେ । ପୋଲିସ ଯାଞ୍ଚ କରିବାରୁ ନଭ୍ୟାଙ୍କ ଫୋନର ଲାଷ୍ଟ ଲୋକେସନ ପ୍ରଶାନ୍ତର ଘର ଥିଲା । ଏହା ପରେ ପୋଲିସ ପ୍ରଶାନ୍ତର ଘରୁ ନଭ୍ୟାଙ୍କ ଲାସ ଜବତ କରିଥିଲା । ପ୍ରଶାନ୍ତ ନଭ୍ୟାଙ୍କୁ ମାରିଛି ବୋଲି ପୋଲିସ ଆଗରେ ସତ ମାନିଥିଲା । ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଜନ୍ମ ଦିନରେ ପ୍ରେମିକାର ବେକ କାଟିଲା ପ୍ରେମିକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











