କଟକ : ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଭୁବନେଶ୍ୱରରୁ ହାୱଡା ଯାଉଥିବା ଜନଶତାବ୍ଦୀରେ ଅଗ୍ନିକାଣ୍ଡ । କଟକ ଷ୍ଟେସନରେ ଗୋଟିଏ ବଗି ତଳେ ନିଆଁ ଲାଗିଥିବା ସୂଚନା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ , ଅଗ୍ନିଶମ ବାହିନା ଦ୍ୱାରା ନିଆଁ ଆୟତ୍ତ । କୋଚ୍ ତଳେ ନିଆଁ ଲାଗିଯାଇଥିଲା। ବ୍ରେକ ସୁରୁ ବାହାରିଥିଲା ପ୍ରବଳ ଧୂଆଁ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କଟକ ଷ୍ଟେସନ ଦେଇ ଯାଉଥିବାବେଳେ ଟ୍ରେନ ତଳୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ନିଆଁକୁ ଆୟତ୍ତ କରିବା ପରେ ଟ୍ରେନଟି କଟକ ଷ୍ଟେସନରୁ ଛାଡ଼ିଥିଲା। ତେବେ ଏଥିରେ କାହାରି କୌଣସି କ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
Views: 90











