The Ultimate Managed Hosting Platform
ADVERTISEMENT

ଜଗତସିଂହପୁର ଜିଲ୍ଲା ବିଜେଡିରେ ଫାଟ

Facebook
Twitter
LinkedIn

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିଜେଡି ରେ ଫାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଙ୍କୁ ଚେକ ଦେବାପାଇଁ ପୂର୍ବତନ କାଜୁ ନିଗମ ଅଧକ୍ଷ ଅମରେନ୍ଦ୍ର ଦାସ ଏବେ ନିଜ ସଂଗଠନ କୁ ମଜଭୁତ କରିବା ପାଇଁ ବିଭିନ୍ନ ସ୍ଥାନରେ ବନ୍ଧୁ ମିଳନ କରି ତୃଣମୂଳ ସ୍ତରର କର୍ମୀ ମାନଙ୍କୁ ଏକଜୁଟ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଉଭୟ ଙ୍କ ମଧ୍ୟରେ ଛକାପଂଚା ଲାଗି ରହିଛି।ଆଜି ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ନାଉଗାଁ ବ୍ଲକ ତୁମ୍ବେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣ ରେ ଏକ ସଭା କରି କର୍ମୀ ମାନଙ୍କୁ ଆଗାମୀ ନିର୍ବାଚନ ରେ କିଭଳି ଲଢେଇ ଜୋରଦାର ହେବ ତାକୁ ନେଇ ଆଲୋଚନା କରିଥିଲେ। ପ୍ରଥମେ ଅମରେନ୍ଦ୍ର ବାହାଲିଆ ସାହି ଠାରୁ ଏକ ବିଶାଳ ରାଲି ରେ ଗଜରାଜ ପୁର, ମଠସାହି ଆଦି ପରିକ୍ରମା କରି ତୁମ୍ବେଶ୍ୱର ମହାଦେବ ମନ୍ଦିର ନିକଟରେ ପହଞ୍ଚିଥିଲେ। ସେଠାରେ ସଭା ର ଆୟୋଜନ କରାଯାଇଥିଲା। ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡି ସଂଗଠନ କୁ ସୁଦୃଢ କରିବା ପାଇଁ ଅମରେନ୍ଦ୍ର ଆହ୍ୱାନ ଦେଇଥିଲେ ମଧ୍ୟ ଉପସ୍ଥିତ ଅନ୍ୟତମ ସିଧାସଳଖ ବିଧାୟକ ପ୍ରଶାନ୍ତ ମୁଦୁଲି ଙ୍କୁ ପରୋକ୍ଷ ସମାଲୋଚନା କରିଥିଲେ। ଦୀର୍ଘ ୪ବର୍ଷ ରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରେ ଆଖି ଦୁର୍ସିଆ କାର୍ୟ୍ୟ କିଛି ହୋଇ ପାରିନଥିବା ପରୋକ୍ଷରେ କର୍ମୀମାନେ ଅଭିଯୋଗ କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରେ ୨୦୧୯ ରୁ ପ୍ରଶାନ୍ତ ମୁଦୁଲି ନିର୍ବାଚିତ ହେବାପରେ ଅମରେନ୍ଦ୍ର ଓ ପ୍ରଶାନ୍ତ ଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ଏପରିକି ଦଳୀୟ କାର୍ୟ୍ୟକ୍ରମ ରେ ଅମରେନ୍ଦ୍ର ଙ୍କୁ ଦେଖିବାକୁ ମିଳୁନଥିଲା। ଏବେ ଅସନ୍ତୁଷ୍ଟ କର୍ମୀ ଙ୍କୁ ନେଇ ଅମରେନ୍ଦ୍ର ସଂଗଠନ ସଜାଡ଼ିବା ସହିତ ଆଗାମୀ ଦିନରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରୁ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login