The Ultimate Managed Hosting Platform
ADVERTISEMENT
The Ultimate Managed Hosting Platform

ଛୁଟିରେ ଘରକୁ ଆସିଥିଲେ ଯବାନ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ

Facebook
Twitter
LinkedIn

ଆନନ୍ଦପୁର : ସଡ଼କ ଦୁର୍ଘଟଣାରେ ଯବାନ ମୃତ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବେଲବାହାଳି ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ମୃତକ ରାମଚନ୍ଦ୍ରପୁର ଥାନା ବାତୋ ଗାଁର ଗୌରୀଶଙ୍କର ନାୟକ ବୋଲି ଜଣାପଡିଛି । ସେ ବିଏସ୍‌ଏଫ୍‌ରେ କାର‌୍ୟ୍ୟରତ ଥିବା ବେଳେ ଇଣ୍ଡିଆ ଗେଟ୍ ନିକଟରେ ନିୟୋଜିତ ଥିଲେ । ଯବାନ ଘରକୁ ଛୁଟିରେ ଆସିଥିଲେ । ଗୌରୀ ଶଙ୍କର ନିଜ ଛୋଟ ପୁଅକୁ ସାଙ୍ଗରେ ଧରି ସ୍କୁଟି ଯୋଗେ ଘଷିପୁରାରୁ କିଛି କାମସାରି ଘରକୁ ଫେରୁଥିଲେ । ଠିକ୍ ଏହି ସମୟରେ ବେଳବାହାଳି ନିକଟରେ ସାମ୍ନାପଟୁ ଏକ ବୋଲେରୋ ପିକଅପ୍ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ହେଲେ ପୁଅ ସାମାନ୍ୟ ଆହତ ହୋଇଛନ୍ତି । ଏ ନେଇ ପୋଲିସ୍ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡିର ସନ୍ଧାନ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସଡକ ଦୁର୍ଘଟଣାରେ ବର-କନ୍ୟାଙ୍କ ସମେତ ଚାଲିଗଲା ୫ ଜଣଙ୍କ ଜୀବନ

ରାଜସ୍ଥାନ : ରାଜସ୍ଥାନ ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ଅନେକ ଲୋକ...

ADVERTISEMENT
ବେଙ୍ଗାଲୁର ଦଳାଚକଟା ଘଟଣାରେ ବିସିସିଆଇ ଏବଂ ଆରସିବିକୁ ଦାୟୀ କଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁର ଦଳାଚକଟା ଘଟଣାରେ ବିସିସିଆଇ ଏବଂ ଆରସିବିକୁ ଦାୟୀ କଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁର : ବେଙ୍ଗାଲୁର ଦଳାଚକଟା ଘଟଣାରେ କର୍ଣ୍ଣାଟକ ସରକାରଙ୍କ ବଡ ବୟାନ । ଆଜି ଶୁଣାଣିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡକୁ...

Login