ଆଳି: ସ୍ୱାମୀ ଆଗରେ ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲା ସ୍ତ୍ରୀ । ଗଡଗଡି ବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁପଡିଲେ । ନଦୀରୁ ମାଆ ଛୁଆଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଉଦ୍ଧାର ପରେ ମା ଓ ଛୁଆଙ୍କୁ କେନ୍ଦ୍ରାପଡା ମେଡିକାଲ ସ୍ଥାନାନ୍ତର । ପାରିବାରକ କଳହରୁ ମହିଳା ନଦୀକୁ ଡେଇଁପଡିଥିବା ସୂଚନା । ପ୍ରାଥମିକ ଚିକିତ୍ସା ପରେ ଉଭୟ ମାଆ ଓ ଶିଶୁକନ୍ୟାକୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏମାନଙ୍କ ଘର ଆଳି ଥାନା ଅନ୍ତର୍ଗତ ଖନେ୍ଦାଳ ଗାଁର ବୋଲି ଜଣାପଡିଛି ।
Views: 106











