The Ultimate Managed Hosting Platform
ADVERTISEMENT

ଚୀନର ଯୁଦ୍ଧବିରତି ମଧ୍ୟସ୍ଥତା ଦାବିକୁ ପ୍ରତ୍ୟାଖାନ କଲା ଭାରତ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ଯୁଦ୍ଧବିରତିର ମଧ୍ୟସ୍ଥତା ଦାବି ତୀବ୍ର ହୋଇଛି । ପ୍ରଥମେ ଆମେରିକା ମଧ୍ୟସ୍ଥତା ଦାବି କରିଥିବାବେଳେ ଏବେ ଚୀନ ଏହାକୁ ନେଇ ଦାବି କରିଛି । କିନ୍ତୁ ଉଭୟ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଭାରତ । ଯୁଦ୍ଧବିରତିରେ ୩ୟ ପକ୍ଷର ସମ୍ପୃକ୍ତି ନଥିଲା ବୋଲି ଭାରତ ସ୍ପଷ୍ଟ କରିଛି । ସୂଚନାନୁଯାୟୀ, ୨୦୨୫ ମେ ମାସର ଆରମ୍ଭରେ ଭାରତ-ପାକିସ୍ତାନ ବିବାଦ ସମୟରେ ଚୀନର ମଧ୍ୟସ୍ଥତା ଦାବିକୁ ଭାରତ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି । ମଧ୍ୟସ୍ଥତା ଉପରେ ଭାରତର ଦୃଷ୍ଟିକୋଣ ସର୍ବଦା ସ୍ପଷ୍ଟ ରହିଛି । ଅପରେସନ ସିନ୍ଦୁର ପରେ କୌଣସି ମଧ୍ୟସ୍ଥତା ହୋଇନଥିଲା । ଯୁଦ୍ଧବିରତିରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ ହୋଇପାରିବ ନାହିଁ ବୋଲି ଭାରତ କହିଛି । ହେଲେ ଏହାରି ମଧ୍ୟରେ ଚୀନ୍ ଏବେ ଭାରତ-ପାକିସ୍ତାନ ଯୁଦ୍ଧରେ ମଧ୍ୟସ୍ଥତା କରିବାର ଭିତ୍ତିହୀନ ଦାବି କରିଛି । ବେଜିଂରେ ଅନ୍ତର୍ଜାତୀୟ ପରିସ୍ଥିତି ଏବଂ ଚୀନ୍ର ବୈଦେଶିକ ସମ୍ପର୍କ ଉପରେ ୱାଙ୍ଗ ଏକ କାର୍ୟ୍ୟକ୍ରମରେ ଭାଷଣ ଦେଇ କହିଛନ୍ତି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ସୀମାପାର ବିବାଦ ଅଧିକ ଥର ଘଟିଛି । ଫଳରେ ଭୂରାଜନୈତିକ ସ୍ଥଳରେ ଅସ୍ଥିରତା ବ୍ୟାପିବାରେ ଲାଗିଛି । ଦୀର୍ଘସ୍ଥାୟୀ ଶାନ୍ତି ପାଇଁ ଆମେ ଏକ ନିରପେକ୍ଷ ଏବଂ ସଠିକ୍ ମନୋଭାବ ଗ୍ରହଣ କରିଛୁ ।”

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login