ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଶକ୍ତିଶାଳୀ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଝଟକା ୭.୨। ଭୂକମ୍ପର କେନ୍ଦ୍ରସ୍ଥଳ ଚୀନର ଦକ୍ଷିଣ ଜିନଜିଆଙ୍ଗ। ବର୍ତ୍ତମାନ ସୁଦ୍ଧା କୈାଣସି କ୍ଷୟକ୍ଷତି ସୂଚନା ନାହିଁ। ସୋମବାର ରାତିରେ ଚୀନ୍ର ଦକ୍ଷିଣ ସିନ୍ଜାଙ୍ରେ ସଂଘଠିତ ହୋଇଥିବା ୭.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପର ପ୍ରଭାବ ଦିଲ୍ଲୀରେ ଅନୁଭୂତ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି।‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି, ଜାନୁଆରି ୨୨ ତାରିଖ ରାତି ୨୩:୩୯:୧୧ଟା ବେଳେ ଚୀନ୍ର ଦକ୍ଷିଣ ସିନ୍ଜାଙ୍ରେ ଭୂଗର୍ଭର ୮୦ କିଲୋମିଟର୍ ଅଭ୍ୟନ୍ତରରେ ସଂଘଠିତ ହୋଇଥିବା ଭୂମିକମ୍ପର ରିକ୍ଟର୍ସ୍କେଲ୍ରେ ତୀବ୍ରତା ଥିଲା ୭.୨।
ଭୂମିକମ୍ପ ଯୋଗୁଁ କିର୍ଗିଜ୍ସ୍ତାନ-ସିନ୍ଜାଙ୍ ସୀମାନ୍ତ ଅଞ୍ଚଳରେ କେତେକ ଘରବାଡ଼ି ଭାଙ୍ଗିଯାଇଛି ଓ କିଛି ଲୋକ ଆହତ ହୋଇଛନ୍ତି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।
Views: 77











