The Ultimate Managed Hosting Platform
ADVERTISEMENT

ଚିନ୍ତା ରେ ଅଛନ୍ତି କି ଜାଣନ୍ତୁ କିପରି ଚିନ୍ତା ମୁକ୍ତ ହେବାପାଇଁ ସହଜ ଉପାୟ ।

Facebook
Twitter
LinkedIn

ନୂଆଦିଲ୍ଲୀ ୧୭/୧୦:। ଆମେରିକାନ୍‌ ହାର୍ଟ ଆସୋସିଏସନ୍‌ ଅନୁସାରେ, ୯୧ ପ୍ରତିଶତ ଅଭିଭାବକ ମାନନ୍ତି ଯେ ପରିବାର ସହ ବସି ଏକାଠି ଖାଇବା ଦ୍ୱାରା ମାନସିକ ଚାପ ହ୍ରାସ ପାଏ ।ସର୍ବଦା ଖୁସି ଓ ସୁସ୍ଥ ରହିବା ପାଇଁ ଆମେରିକା ସମେତ ଅନେକ ଦେଶରେ ଡିନର୍‌ ବା ରାତ୍ରିଭୋଜନ ଥେରାପିର ଚଳଣି ଦ୍ରୁତ ବଢ଼ିବାରେ ଲାଗିଛି । ଏହାକୁ ପାରିବାରିକ ଚାପ ହ୍ରାସ କରିବାର ଗୁପ୍ତ ଫର୍ମୁଲା ବୋଲି କୁହାଯାଉଛି ।ୱେକ୍‌ଫିଲ୍ଡ ରିସର୍ଚ୍ଚ ୧ ହଜାର ଆମେରିକୀୟ ବୟସ୍କଙ୍କ ଉପରେ ‘ହେଲ୍‌ଦି ଫର୍‌ ଗୁଡ୍‌ ମୁଭ୍‌ମେଣ୍ଟ’ ଅନ୍ତର୍ଗତ ଏକ ସର୍ଭେ କରିଥିଲା ।

ଏଥିରେ ଜଣାପଡ଼ିଲା, ୮୪ ପ୍ରତିଶତ ଲୋକ ନିଜ ପ୍ରିୟଜନଙ୍କ ସହ ଯଥା ସମ୍ଭବ ଭୋଜନ କରିବାକୁ ଚାହାନ୍ତି । କାରଣ ହାରାହାରି ବୟସ୍କ ବ୍ୟକ୍ତି ପ୍ରାୟ ଅଧା ସମୟ ଏକାକୀ ହିଁ ଭୋଜନ କରିଥାନ୍ତି । ପ୍ରତି ୩ ଜଣଙ୍କ ମଧ୍ୟରୁ ୨ ଜଣ କିଛି ମାତ୍ରାରେ ଚାପଗ୍ରସ୍ତ ଏବଂ ୨୭ ପ୍ରତିଶତ ଅତ୍ୟଧିକ ଚାପଗ୍ରସ୍ତ ବୋଲି କହିଥିଲେ । ଗବେଷକଙ୍କ କହିବା ଅନୁସାରେ, ଲଗାତାର ମାନସିକ ଚାପ ଦ୍ୱାରା ହୃଦ୍‌ରୋଗ ଓ ଷ୍ଟ୍ରୋକ୍‌ ଆଶଙ୍କା ବଢ଼ିଯାଏ । ଜନ୍ସ ହପ୍‌କିନ୍ସର କାର୍ଡିଓଲୋଜି ବିଭାଗର ସହଯୋଗୀ ନିର୍ଦ୍ଦେଶକ, ଆମେରିକାନ୍‌ ହାର୍ଟ ଆସୋସିଏସନ୍‌ର ପ୍ରଫେସର ଏମ୍‌ଏଚ୍‌ଏସ୍‌ ଏରିନ୍‌ ମିଚୋସ୍‌ କହିଛନ୍ତି, ଅନ୍ୟମାନଙ୍କ ସହ ଭୋଜନ କରିବା ଦ୍ୱାରା ଚାପ ବା ଚିନ୍ତା ହ୍ରାସ ପାଏ । ଆତ୍ମସମ୍ମାନ ବୃଦ୍ଧି ହୁଏ ।

ଏହା ଖାସ୍‌କରି ପିଲାଙ୍କ ପାଇଁ ସାମାଜିକ ବନ୍ଧନରେ ସୁଧାର ଆଣିବାର ଉତ୍ତମ ତରିକା । ଏହା ଦ୍ୱାରା ବନ୍ଧୁ, ପରିବାର, ସହକର୍ମୀ ଓ ପଡ଼ୋଶୀଙ୍କ ସହ ଯୋଡ଼ିହେବାର ମହତ୍ୱ ବୁଝିହୁଏ । ପ୍ରତି ୧୦ ଜଣଙ୍କ ମଧ୍ୟରୁ ପ୍ରାୟ ୬ ଜଣଙ୍କ ଧାରଣା ଯେ ସେମାନେ ଯେତେବେଳେ ଅନ୍ୟମାନଙ୍କ ସହ ଖାଦ୍ୟ ଖାଆନ୍ତି, ସ୍ୱାସ୍ଥ୍ୟ ହିତକର ଭୋଜନ କରିଥାନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login