ରଣପୁର : ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାହାତୀର ମୃତ୍ୟୁ । ମୟୂରଝଲିଆ ଜଙ୍ଗଲରେ ୩ ଦିନ ହେବ ଚାଲିଥିଲା ଦନ୍ତାର ଚିକିତ୍ସା । ନନ୍ଦନକାନନର ଏକ ଟିମ୍ ଦନ୍ତାହାତୀର ଚିକିତ୍ସା କରୁଥିଲେ । ହାତୀର ଆଗ ବାମ ଗୋଡରେ ଆଘାତ ଲାଗି ଫୁଲି ରହିଥିଲା । ଗତ ସୋମବାର ସକାଳେ ଅସୁସ୍ଥ ଦନ୍ତା କୁ ଟ୍ରାଙ୍କୁଲାଇଜ କରିଥିଲା ବନ ବିଭାଗ । ଟ୍ରାଙ୍କୁଲାଇଜ କରି ଚିକିତ୍ସା କରୁଥିଲା ବନ ବିଭାଗ । ଭୁବନେଶ୍ୱର ନନ୍ଦନ କାନନ ସହ ଓୟୁଏଟି ରୁ ଆସିଥିଲେ ବିଶେଷଜ୍ଞ ଦଳ । ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ ହରିହର ପୁର ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀ ବୁଲୁଥିଲା । ଏଥିପାଇଁ ହରିହର ପୁର ଜଙ୍ଗଲରେ ଡେରା ପକାଇଥିଲା ରଣପୁର ବନବିଭାଗ । ଗତ କାଲି ରାତିରେ ଅସୁସ୍ଥ ଦନ୍ତାର ମୃତ୍ୟୁ ହୋଇଛି । ହାତୀର ଆଗ ପଟ ଗୋଡ଼ରେ ଗଭୀର କ୍ଷତ ସହ ସଂକ୍ରମଣ ହୋଇଥିଲା ।
Views: 81