The Ultimate Managed Hosting Platform
ADVERTISEMENT

ଚାହୁଁ ଚାହୁଁ ଜଳିଗଲା ବସ, ୧୩ ଜୀବନ୍ତ ଦଗ୍ଧ

Facebook
Twitter
LinkedIn

ମଧ୍ୟପ୍ରଦେଶ : ଡମ୍ଫରକୁ ଧକ୍କା ଦେବା ପରେ ବସରେ ଲାଗିଲା ନିଆଁ । ବସରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୧୩ ଯାତ୍ରୀ , ୧୪ ଆହତ । ମଧ୍ୟପ୍ରଦେଶ ଗୁନା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡମ୍ପର ସହ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାପରେ ବିସ୍ଫୋରଣ ଘଟି ବସଟି ହୁ ହୁ ହୋଇ ଜଳି ଉଠିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଏବଂ ନିଆଁ ଆଖିପିଛୁଳାକେ ବ୍ୟାପୀଯିବାରୁ ଯାତ୍ରୀ ହଠାତ୍ ବସରୁ ବାହାରିବା ସମ୍ଭବ ହୋଇନଥିଲା ଫଳରେ ଘଟଣା ସ୍ଥଳରେ ୧୧ଜଣ ଜୀବନ୍ତ ଦଗ୍ଧ ହୋଇଯାଇ ପ୍ରାଣ ହରାଇଥିଲେ । ପାଖାପାଖି ୧୪ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । । ବସ୍ର ୧୨ଜଣଙ୍କ ସମେତ ଡମ୍ପର ଡ୍ରାଇଭରଙ୍କ ଘଟଣାରେ ମୃତ୍ୟୁ ହୋଇଛି । ବୁଧବାର, ରାତି ପ୍ରାୟ ୯ଟା ବେଳକୁ ଏହି ଦୁର୍ଘଟଣା ଘଟିଛି । ବସଟି ଯାତ୍ରୀଙ୍କୁ ନେଇ ଗୁଣାରୁ ଆରୋନ୍ ଆଡକୁ ଯାଉଥିଲା । ସାମ୍ମାରୁ ଆସୁଥିବା ଏକ ଡମ୍ପରକୁ ବସଟି ମୁହାଁମୁହିଁ ଧକ୍କା ଦେଇଥିଲା । ଧକ୍କା ହେବା ପରେ ବସ୍ଟି ଓଲଟି ପଡିବାରୁ, ତେଲ ଟାଙ୍କିରେ ବିସ୍ଫୋରଣ ଘଟି ବସରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ତେବେ ନିଆଁକୁ ଆୟତ କରିବା ଏବଂ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ବେଶ୍ କଷ୍ଟସାଧ୍ୟ ହୋଇ ପଡିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login