The Ultimate Managed Hosting Platform
ADVERTISEMENT

ଚାଷୀ ନେତା ଜଗଜିତ ସିଂଙ୍କୁ ଭେଟିଲା ପଞ୍ଜାବ ଆପ

Facebook
Twitter
LinkedIn

ଚଣ୍ଡିଗଡ : ଚାଷୀ ସମ୍ପର୍କିତ ବିଭିନ୍ନ ଦାବି ନେଇ ଆମରଣ ଅନଶନ କରିଆସୁଛନ୍ତି ଦାଲେୱାଲ। ଆମରଣ ଅନଶନରତ ଚାଷୀ ନେତା ଜଗଜିତ ସିଂ ଦାଲେୱାଲଙ୍କୁ ଭେଟିଲା ପଞ୍ଜାବ ଆପ୍। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଅବନତି ହୋଇଥିବା ପରିଲକ୍ଷିତ ହୋଇଛି। ଦାଲେୱାଲଙ୍କ ଆମରଣ ଅନଶନ ପହଞ୍ଚିଛି ୩୨ ଦିନରେ। ଗତକାଲି ପଞ୍ଜାବ ଆପ୍ ସଭାପତି ଅମନ ଅରୋରା, ମନ୍ତ୍ରୀ ଗୁରମିତ ସିଂ କୁଦିଆନ, ବଲବୀର ସିଂ, ବାରିନ୍ଦର କୁମାର ଗୋୟଲ, ହରଦୀପ ସିଂ ମୁଣ୍ଡିଆନ ପ୍ରମୁଖ ଆସି ଦାଲେୱାଲଙ୍କୁ ଭେଟିଥିଲେ। ଶସ୍ୟର ଏମଏସପି ଲାଗି ଆଇନଗତ ଗ୍ୟାରେଣ୍ଟି ସମେତ ଅନ୍ୟାନ୍ୟ ଦାବି ନେଇ ଗତ ନଭେମ୍ବର ୨୬ରୁ ଖାନାଉରି ସୀମାରେ ଅନଶନ କରିଆସୁଛନ୍ତି ୭୦ ବର୍ଷ ବୟସ୍କ ଦାଲେୱାଲ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login