ଭୁବନେଶ୍ୱର : ଓଡ଼ିଶା ସରକାର ଧାନର ମୂଲ୍ୟ ବାବଦରେ ଏଯାବତ୍ ଚାଷୀଙ୍କୁ ୭୩୭୯ କୋଟି ଟଙ୍କା ଦେଇ ସାରିଛନ୍ତି । ଏହାଛଡ଼ା ଇନପୁଟ୍ ସବସିଡି ବାବଦରେ ଚାଷୀଙ୍କୁ ୧୯୦୪କୋଟି ଟଙ୍କା ରାଜ୍ୟ ସରକାର ଦେଇସାରିଲେଣି। ଆଜି ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, ସରକାର ଏବେ ସୁଦ୍ଧା ୨୬ ଲକ୍ଷ ୨୮ ହଜାର ୨୨୮ ମେଟ୍ରିକ ଟନ ଧାନ କିଣିଲେଣି। ୪ ଲକ୍ଷ ୯୯ ହଜାର ୭୭୮ ଚାଷୀଙ୍କ ଚାଷୀ ପାଇଲେଣି ଧାନର ମୂଲ୍ୟ। ୧୯୦୪କୋଟି ଟଙ୍କାର ଇନପୁଟ ସବସିଡି ସହମୋଟ ୭୩୭୯ କୋଟି ଚାଷୀଙ୍କୁ ଧାନର ମୂଲ୍ୟ ଦେଇ ସାରିଛନ୍ତି ଓଡ଼ିଶା ସରକାର। ତେବେ ମଣ୍ଡିରେ ପେଡି ଆନାଲାଇଜର ମେସିନ ଯଥେଷ୍ଟ ନଥିବା ମାନିଛନ୍ତି ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଏବେ ଆନାଲାଇଜର ମେସିନ କମ ଅଛି। ଆମେ ଆଗକୁ ଅଧିକ ମେସିନ ଆଣିବୁ, ଅଧିକରୁ ଅଧିକ ଧାନ କିଣାହେବ। ତେଣେ ଆଳୁର ଦରବୃଦ୍ଧିକୁ ନେଇ ଏଥିଲାଗି ପୂର୍ବର ବିଜେଡି ସରକାରକୁ ଦାୟୀ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଚାଷୀଙ୍କୁ ଇନପୁଟ ସବସିଡି ବାବଦରେ ୧୯୦୪ କୋଟି ଟଙ୍କା ଦେଇ ସାରିଲେଣି ସରକାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











