ଭୁବନେଶ୍ୱର : ପାର୍ବଣ ରୁତୁରେ ପୂଜା ନାଁରେ ଏଣିକି କେହି ଜୋରଜବରଦସ୍ତ ଚାନ୍ଦା ଆଦାୟ କରିପାରିବେ ନାହିଁ । ପୂଜାବଟି ଆଦାୟ ଉପରେ ଲାଗିବ ରୋକ । ଅଭିଯୋଗ ଆସିଲେ ବାନ୍ଧିବ ପୋଲିସ ।ପୂଜା ଚାନ୍ଦା ମାଗିଲେ ତୁରନ୍ତ କମିଶନରେଟ୍ ପୋଲିସକୁ ଜଣାଇବାକୁ କହିଛନ୍ତି ଡିସିପି । ଏଥିପାଇଁ ପୋଲିସ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର ୭୦୭୭୭୯୮୧୧୧ । ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା ଗୋପନ ରଖାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଗଣେଶ ପୂଜା ଓ ଦୁର୍ଗା ପୂଜା ପୂର୍ବରୁ ଏହି ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ । ସେହିପରି ପେଶାଦାର ଅପରାଧୀଙ୍କୁ ଧରିବାକୁ ଗଠନ ହୋଇଛି ସ୍ପେଶାଲ ଟିମ । ନିଶା କାରବାର ଉପରେ ନୀତିଦିନ ଚାଲିଛି ଚଢ଼ାଉ । ଚୋରି, ଛିନତାଇ ଗ୍ୟାଙ୍ଗ ପରେ ଏବେ ଦାଦାବଟି ଉପରେ କଡା ନଜର ରଖିଛି ପୋଲିସ ।
Views: 90