The Ultimate Managed Hosting Platform
ADVERTISEMENT

ଚାକିରି ନାଁରେ ଠକେଇ : ୩ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ଅନ୍ତଃରାଜ୍ୟ ଚାକିରି ନାଁରେ ଠକେଇ ରାକେଟର ପର୍ଦ୍ଦାଫାସ । ଭୁବନେଶ୍ୱରରୁ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ହାଇଦ୍ରାବାଦର ୨ ଜଣ ଓ ବାଲେଶ୍ୱରର ଜଣେ ଗିରଫ । ଲାପଟପ୍, ମୋବାଇଲ, ୧୨ ଏଟିଏମ ସହ ୧ ଲକ୍ଷ ଟଙ୍କା ଜବତ । ଦିଲ୍ଲୀ , ମୁମ୍ବାଇ ଓ ହାଇଦ୍ରାବାଦରୁ ରାକେଟ ଅପରେଟିଂ । ଓଡିଶା ସମେତ ୬ଟି ରାଜ୍ୟରେ ଚାଲିଥିଲା ଠକେଇ ରାକେଟ । ଇଓଡବ୍ଲୁ ଆଜି ଭୁବନେଶ୍ୱରରୁ ୩ ଜଣ ଠକଙ୍କୁ ଗିରଫ କରିଛି। ଏମାନେ ଚାକିରି ଦେବା ନାଆଁରେ ଲୋକଙ୍କୁ ଠକୁଥିଲେ। ଏମାନେ ପ୍ୟାନ୍ ଇଣ୍ଡିଆ ନାମରେ ଏକ ଜାଲି ଜବ୍ ରାକେଟର ଗୁରୁତ୍ବପୂର୍ଣ୍ଣ ପଦରେ ରହି କାମ କରୁଥିଲେ। ଏମାନେ ମଧ୍ୟପ୍ରଦେଶ, ଜମ୍ମୁ ଏବଂ କଶ୍ମୀର, ଗୁଜୁରାଟ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ସକ୍ରିୟ ଥିଲେ।ଗିରଫ ୩ଜଣଙ୍କ ମଧ୍ୟରୁ ଦୁଇଜଣ ହାଇଦ୍ରାବାଦ ଏବଂ ଜଣେ ଓଡ଼ିଶାର ବୋଲି ଜଣାଯାଇଛି। ଅଭିଯୁକ୍ତମାନେ ହେଲେ ହାଇଦ୍ରାବାଦର ମହମ୍ମଦ ସାନୁଲ୍ଲା ଓ ସାକ୍ଷୀ ଜୈନ ଏବଂ ବାଲେଶ୍ବରର ସୁରତ ଦଳେଇ। ଦିଲ୍ଲୀ, ମୁମ୍ବାଇ ଏବଂ ହାଇଦ୍ରାବାଦରୁ ଏହି ରାକେଟ ଚାଲୁଥିଲା। ଏମାନେ କେତେକ ନିର୍ଦ୍ଧିଷ୍ଟ ଏକାଉଣ୍ଟରେ ୧.୭ କୋଟି ଟଙ୍କାର ନେଣଦେଣ କରିଥିବା ଜଣାଯାଇଛି। ଏମାନେ ଏଟିଏମରୁ ଅଧିକାଂଶ ସମୟରେ ଟଙ୍କା ଉଠାଉଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login